କଲରାଡୋରେ ପ୍ରବଳ ବରଫପାତ: ୫୦ ଲକ୍ଷ ଲୋକ ପ୍ରଭାବିତ

ଡେନଭର,୨୮।୧୧: ଆମେରିକାର ପଶ୍ଚିମଭାଗ କଲରାଡୋର ରାଜଧାନୀ ଡେନଭର ଓ ଏହାର ଆଖପାଖ ଅଞ୍ଚଳରେ ହୋଇଥିବା ବରଫପାତ ଓ ବରଫଝଡ଼ରେ ସାଧାରଣ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ସେଠାରେ ଆୟୋଜିତ ଥାଙ୍କସ୍‌ ଗିଭିଙ୍ଗ ଡେ ଅବସରରେ ଅନେକ ଲୋକ ଲଙ୍ଗ୍‌ ଡ୍ରାଇଭରେ ଯିବା ଅବା ବିମାନରେ ଉଡିବାର ଯୋଜନା କରିଥିଲେ। ହେଲେ ଏହା ଫିକା ପଡିଯାଇଥିବା ସୂଚନା ମିଳିଛି। ଏହି ବରଫଝଡ ଫଳରେ କଲରାଡୋରେ ଯାତାୟାତା ମଧ୍ୟ ପ୍ରଭାବିତ ହୋଇଛି। ସୂଚନାଯୋଗ୍ୟ, ଏହି ବରଫଝଡ ଯୋଗୁ ପାଖାପାଖି ୫ଶହ ବିମାନ ଉଡାଣକୁ ରଦ୍ଦ କରିଦିଆଯାଇଛି।

Share