କଲରାପତରିଆ ବାଘର ମୃତ୍ୟୁ

ବୌଦ୍ଧ,୫।୪ (ସ୍ବ.ପ୍ର.): ବୌଦ୍ଧ ଜିଲା ମହାନଦୀ କୁସଙ୍ଗ ବନ୍ୟପ୍ରାଣୀ ବନାଞ୍ଚଳର ସଂରକ୍ଷିତ ଜଙ୍ଗଲ ଲେଦେରାକେନ୍ଦୁ ତଥା ନୂଆପଡ଼ା ବିଟରେ ଏକ କଲରାପତରିଆ ବାଘର ମୃତ୍ୟୁ ଘଟିଛି। ବାଘଟି ଜଙ୍ଗଲରେ ମରି ପଡିଥିବା ଦେଖି ସ୍ଥାନୀୟ ଲୋକ ବନ ବିଭାଗକୁ ଖବର ଦେଇଥିଲେ। ସୂଚନା ପାଇ କୁସଙ୍ଗ ବନ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏମାନେ ଘଟଣାର ତଦନ୍ତ କରିବା ସହିତ ପ୍ରାଣୀ ଚିକିତ୍ସକଙ୍କ ସହାୟତାରେ ମୃତ ବାଘର ବ୍ୟବଚ୍ଛେଦ କରାଇଥିଲେ । ଏହାପରେ ଜଙ୍ଗଲରେ ପୋତି ଦିଆଯାଇଛି । ତେବେ ମୃତ ବାଘର ବୟସ ୩ ବର୍ଷ ୬ ମାସ ଭିତରେ ହେବ ବୋଲି ସୂଚନା ଦିଆଯାଇଛି।

Share