Categories: ଫୁରସତ

କଲରିଂ ବୁକ୍‌ କାଫେ

ଟୋକିଓ, ଶିନ୍‌ ଓବୁକୋର ‘୨ଡି କାଫେ’ ଏବେ ବେଶ୍‌ ଲୋକପ୍ରିୟତା ହାସଲ କରିଛି। ଖାସ୍‌କରି ପିଲାମାନଙ୍କୁ ଏହା ବେଶ୍‌ ଭଲ ଲାଗୁଛି। କାରଣ ଏହା ସେମାନଙ୍କୁ କୌଣସି ରେଖାଚିତ୍ରର ଦୁନିଆରେ ଥିବା ପରି ଅନୁଭୂତି ପ୍ରଦାନ କରିଥାଏ। କାଫେ ମଧ୍ୟକୁ ପ୍ରବେଶ କଲେ ଏହା କୌଣସି ଚିତ୍ରକରର ଅସମ୍ପୂର୍ଣ୍ଣ ତଥା ରଙ୍ଗବିହୀନ କଳାଧଳା ରେଖା ଚିତ୍ରର ଦୁନିଆ ଭଳି ଲାଗିଥାଏ। ଏଠାକାର ଚେୟାର, ଟେବୁଲଠାରୁ ଆରମ୍ଭ କରି କବାଟ, ଝରକା, ପରଦା, ସାଜସଜ୍ଜା ସାମଗ୍ରୀ ସବୁକିଛି ରେଖାଚିତ୍ର ଭଳି କରାଯାଇଛି। ତେଣୁ ଏବେ ଏହା ଟୋକିଓର ଏକ ସେଲ୍ଫି ସ୍ପଟ୍‌ ପାଲଟିଯାଇଛି।

Share