କଲାମଙ୍କ ଉପରେ ନିର୍ମାଣ ହେବ ଫିଲ୍ମ

ଆଜିକାଲି ବଲିଉଡ୍‌ରେ ଚାଲିଛି ବାୟୋପିକର ଟ୍ରେଣ୍ଡ। ଦର୍ଶକଙ୍କୁ ଅନ୍ୟ ଫିଲ୍ମ ଅପେକ୍ଷା ବାୟୋପିକ ବେଶୀ ଭଲ ଲାଗୁଛି ଓ ଏହା ବକ୍ସ ଅଫିସରେ ଭଲ ଆୟ ମଧ୍ୟ କରୁଛି। ତେଣୁ ପ୍ରଯୋଜକ ଓ ନିର୍ଦ୍ଦେଶକମାନେ ମଧ୍ୟ ବାୟୋପିକ ତିଆରି କରିବାକୁ ଆଗେଇ ଆସୁଛନ୍ତି। ଏବେ ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ୍‌ କଲାମଙ୍କ ଉପରେ ସିନେମା ନିର୍ମାଣ ହେବାକୁ ଯାଉଛି। ଅଭିନେତା ପରେଶ ରାଓ୍ବଲ ଟୁଇଟରେ ଏହି ସୂଚନା ଦେଇଛନ୍ତି। ଫିଲ୍ମରେ ଅବଦୁଲ କଲାମଙ୍କ ଚରିତ୍ରରେ ନଜର ଆସିବେ ପରେଶ ରାଓ୍ବଲ। ଏନେଇ ସେ କହିଛନ୍ତି, ମୋ ନଜରରେ ସେ ସନ୍ଥ କଲାମ ଥିଲେ। କଲାମ ସାହେବଙ୍କ ଚରିତ୍ର ପରଦାରେ ନିଭାଇବା ମୋର ସୌଭାଗ୍ୟ ବୋଲି ପରେଶ ରାଓ୍ବଲ କହିଛନ୍ତି। ପୂର୍ବରୁ ପରେଶ ରାଓ୍ବଲ ପ୍ରଧାନମନ୍ତ୍ରୀଙ୍କ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍‌ରେ କାମ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। କିନ୍ତୁ ଏହା ତାଙ୍କୁ ମିଳି ନ ଥିଲା।

Share