Categories: ଜାତୀୟ

କଲାମଙ୍କ ନାଁରେ ଦିଆଯାଉଥିବା ପୁରସ୍କାରର ନାଁ ପରିବର୍ତ୍ତନ କଲେ ଆନ୍ଧ୍ର ସରକାର

ଅମରାବତି,୫।୧୧: ଆନ୍ଧ୍ର ପ୍ରଦେଶର ଓ୍ବାଇଏସ୍‌ ଜଗନ ମୋହନ ରେଡ୍ଡି ସରକାର ଡ. ଏପିଜେ ଅବଦୁଲ କଲାମ ପ୍ରତିଭା ପୁରସ୍କାରର ନାଁ ପରିବର୍ତ୍ତନ କରିଛନ୍ତି। ଏହାକୁ ଓ୍ବାଇଏସ୍‌ଆର୍‌ ବିଦ୍ୟା ପୁରସ୍କାର ନାମ ଦିଆଯାଇଛି। ୨୦୧୯ରୁ ରାଜ୍ୟ ସରକାର ଏହି ନାଁରେ ପୁରସ୍କାର ପ୍ରଦାନ କରିବେ। ଏହା ରାଷ୍ଟ୍ରୀୟ ଶିକ୍ଷା ଦିବସ(ମୌଲାନା ଅବୁଲ କଲାମ ଆଜାଦ)ଙ୍କ ଜୟନ୍ତୀରେ ଦିଆଯିବ ବୋଲି ଜଣାପଡିଛି।

Share