Categories: ଜାତୀୟ

କଲାମଙ୍କ ନାଁରେ ଦିଆଯାଉଥିବା ପୁରସ୍କାରକୁ ନେଇ ପୁଣି ମତ ପରିବର୍ତ୍ତନ କଲେ ଆନ୍ଧ୍ର ସରକାର

ଅମରାବତି,୫।୧୧: ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଓ୍ବାଇଏସ୍‌ ଜଗନ ମୋହନ ରେଡ୍ଡି ଡ. ଏପିଜେ ଅବଦୁଲ କଲାମ ପ୍ରତିଭା ପୁରସ୍କାରର ନାଁ ପରିବର୍ତ୍ତନ କରିଥିଲେ ବୋଲି ପ୍ରଥମେ ସୂଚନା ମିଳିଥିଲା। ହେଲେ ଏବେ ଏହି ଆଦେଶକୁ ତୁରନ୍ତ ପରିବର୍ତ୍ତନ କରିବାକୁ ସେ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି। ସେ କହିଛନ୍ତି ‘ଡ. ଏପିଜେ ଅବଦୁଲ କଲାମ ପ୍ରତିଭା ପୁରସ୍କାର ସମ୍ମାନ’ ଅପରିବର୍ତ୍ତିତ ରହିବ। ସୂଚନାଯୋଗ୍ୟ, ପ୍ରଥମେ ଏହାକୁ ପରିବର୍ତ୍ତନ କରାଯାଇ ଓ୍ବାଇଏସ୍‌ଆର୍‌ ବିଦ୍ୟା ପୁରସ୍କାର ନାମ ଦିଆଯାଇଥିଲା। ଆଉ ୨୦୧୯ରୁ ରାଜ୍ୟ ସରକାର ଏହି ନାଁରେ ପୁରସ୍କାର ପ୍ରଦାନ କରିବେ ବୋଲି ଘୋଷଣା ହୋଇଥିଲା। ଏହା ରାଷ୍ଟ୍ରୀୟ ଶିକ୍ଷା ଦିବସ(ମୌଲାନା ଅବୁଲ କଲାମ ଆଜାଦ)ଙ୍କ ଜୟନ୍ତୀରେ ଦିଆଯିବ ବୋଲି ମଧ୍ୟ ସ୍ଥିର ହୋଇଥିଲା।

Share