କଲେଜରେ ‘ଗଦ୍ଦର’ ଗୀତରେ ନାଚିଲେ ସନ୍ନି: ଭିଡିଓ ଭାଇରାଲ

ମୁମ୍ବାଇ: ବଲିଉଡ୍‌ ନାୟକ ସନ୍ନି ଦେଓଲ ଏବେ ରାଜନୀତିରେ ପାଦ ଦେଇଛନ୍ତି। ରାଜନେତା ହେବା ପରେ ନିକଟରେ ସେ ପଞ୍ଜାବର ଏକ କଲେଜରେ ପହଞ୍ଚିଥିଲେ। ସେଠାରେ ସେ ପିଲାମାନଙ୍କ ସହ ମିଶି ତାଙ୍କ ଅଭିନୀତ ଫିଲ୍ମ ‘ଗଦ୍ଦର’ର ଏକ ଗୀତରେ ଡ୍ୟାନ୍ସ କରିଥିଲେ। ଆଉ ସେହି ସମୟର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। କେବଳ ସେତିକି ନୁହେଁ ସେଠାରେ ସନ୍ନି ‘ଦାମିନୀ’ ଫିଲ୍ମର କିଛି ଡାଏଲଗ ମଧ୍ୟ କହିଥିଲେ। ଉକ୍ତ ଭିଡିଓରେ କେବଳ ସନ୍ନି ନୁହେଁ କଲେଜର କେତେଜଣ ଶିକ୍ଷକ ମଧ୍ୟ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି। କିଛିଦିନ ହେବ ଅଭିଯୋଗ ଆସୁଥିଲା କି ସନ୍ନି କେବେ ତାଙ୍କ ନିର୍ବାଚନ ମଣ୍ଡଳୀ ଗୁରୁଦାସପୁର ଆସୁ ନାହାନ୍ତି। ଏହାକୁ ନଜରରେ ରଖି ବୋଧହୁଏ ଏବେ ସେ ୩ ଦିନିଆ ପଠାନକୋଟ ଯାତ୍ରା କରିଛନ୍ତି। ଏହି ସମୟରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେଉଛନ୍ତି।

Share