କଲେଜରେ ପିତା ଜୁନିୟର୍‌, ଝିଅ ସିନିୟର୍‌

ସାଧାରଣତଃ ପିଲାମାନଙ୍କୁ କଲେଜରେ ପାଠ ପଢାଇବାର ସ୍ବପ୍ନ ଦେଖିଥାନ୍ତି ପିତା। କିନ୍ତୁ ପିଲାମାନେ ଯଦି ନିଜ ଅଭିଭାବକଙ୍କୁ ପଢିବା ପାଇଁ ପ୍ରେରଣା ଯୋଗାଇଥାନ୍ତି ତେବେ ତାହା ନିଶ୍ଚିତ ଭାବେ ସମାଜ ପାଇଁ ଏକ ଉଦାହରଣ। ସେମିତି ଏକ ଉଦାହରଣ ଦେଖିବାକୁ ମିଳିଛି ମୁମ୍ବାଇରେ। ଏଠାରେ ଗୋଟିଏ ପରିବାରର ବାପ-ଝିଅ ଏକାଠି କଲେଜରେ ପାଠ ପଢୁଛନ୍ତି। ସବୁଠୁ ରୋଚକ କଥା ହେଉଛି, କଲେଜରେ ପିତା ଜୁନିଅର୍‌ ଆଉ ଝିଅ ସିନିୟର୍‌। ଦୁହେଁ ଲ’ କଲେଜରେ ପାଠ ପଢୁଛନ୍ତି। ମୋ ପିତା ଏକ ଫାର୍ମ ହାଉସରେ କାମ କରନ୍ତି। ତାଙ୍କ ଆଇନ୍‌ ପାଠ ବିଷୟରେ ଜାଣିବାକୁ ବହୁତ ଇଚ୍ଛା। ପିଲାବେଳେ ସେ ଅର୍ଥାଭାବରୁ ବେଶୀ ପାଠ ପଢିପାରି ନ ଥିଲେ। କିନ୍ତୁ ତାଙ୍କ ପାଠ ପଢିବା ପ୍ରତି ଆଗ୍ରହ ଦେଖି କଲେଜରେ ନାଁ ଲେଖାଇବାକୁ ତାଙ୍କୁ କହିଥିଲି। ଆଉ ସେ ଏଥିରେ ତୁରନ୍ତ ରାଜି ହୋଇଯାଇଥିଲେ ବୋଲି କହିନ୍ତି ଝିଅ। ଗୋଟିଏ କ୍ଲାସ୍‌ରେ ବାପ-ଝିଅଙ୍କୁ ଏକାଠି ଦେଖି ଅଧ୍ୟାପକମାନେ ମଧ୍ୟ ଖୁସି ହୋଇଥାନ୍ତି।

Share