Categories: ଅନୁଗୋଳ

କଲେଜ ଛାତ୍ରୀଙ୍କୁ ଅପହରଣ: ଅଭିଯୁକ୍ତ ଗିରଫ

ପାଲଲହଡା,୨୫।୬(ଡି.ଏନ.ଏ.)-ଜୈନେକା କଲେଜ ଛାତ୍ରୀଙ୍କୁ ଅପହରଣ ଅଭିଯୋଗରେ ମଙ୍ଗଳବାର ପାଲଲହଡା ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଛି। ସେ ହେଲେ ପାଲଲହଡା ଉଦିତନଗର ସାହିରେ ଭଡାରେ ରହୁଥିବା ନରେନ୍ଦ୍ର ବେହେରା (ନରୀ)।

ପୋଲିସ କହିଛି, ଗତ ଅକ୍ଟୋବର ୧ରେ  ଜୈନେକା  ଛାତ୍ରୀ କଲେଜରୁ ଘରକୁ ଫେରୁଥିବାବେଳେ ନରେନ୍ଦ୍ର ତାଙ୍କୁ ଅପହରଣ କରି ନେଇଥିଲେ। ଏ ନେଇ ସମ୍ପୃକ୍ତା ଛାତ୍ରୀଙ୍କ ପରିବାର ପାଲଲହଡା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ନଂ. ୧୪୩/୧୮ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ତେବେ ସେହି ମାସ ୧୦ରେ ସମ୍ପୃକ୍ତା ଛାତ୍ରୀଙ୍କୁ ଖମାର ଥାନା ଅଞ୍ଚଳରୁ ପୋଲିସ ଉଦ୍ଧାର କରିଥିଲ। ସେହିଦିନଠାରୁ ନରେନ୍ଦ୍ର ଫେରାର ହୋଇଯାଇଥିଲେ। ମଙ୍ଗଳବାର ନରେନ୍ଦ୍ର ଖମାର ଅଞ୍ଚଳରେ ବୁଲୁଥିବା ଖବରପାଇ ପୋଲିସ ଚଢ଼ାଉ କରି ତାଙ୍କୁ ଗିରଫ କରିଥିଲା। ଏ ନେଇ ନଂ. ୩୬୩/୩୬୬/୨୯୪/୫୦୬/୧୦୯/୩୫୪-ଏ /୩୫୪-ବି ଆଇପିସି/୮ ପୋକସୋ ଆକ୍ଟରେ ମାମଲା ରୁଜୁ ହୋଇଥିବା ତଦନ୍ତକାରୀ ଅଧିକାରୀ ଆଶିଷ କୁମାର ଦାସ ସୂଚନା ଦେଇଛନ୍ତି।