କଲେଜ ଛାତ୍ରୀଙ୍କୁ ବଳାତ୍କାର ଉଦ୍ୟମ :ଜେଲ ଗଲେ ଅଭିଯୁକ୍ତ ବଙ୍ଗୀୟ ରଙ୍ଗ ମିସ୍ତ୍ରି

ଭୁବନେଶ୍ୱର, ୧୨ା୧୧(ବ୍ୟୁରୋ): କ୍ୟାପିଟାଲ ଥାନା ଅଞ୍ଚଳରେ ଜଣେ କଲେଜ ଛାତ୍ରୀଙ୍କୁ ବଳାତ୍କାର ଉଦ୍ୟମ କରିଥିବା ଅଭିଯୁକ୍ତ ରଙ୍ଗ ମିସ୍ତ୍ରିଙ୍କୁ ପୋଲିସ ଗିରଫ କର ସୋମବାର କୋର୍ଟଚାଲାଣ କରିଛି। ସେ ହେଲେ ପଶ୍ଚିମବଙ୍ଗର ଅଜୟ ବାଗ। ଜାମିନ ଆବେଦନ ଖାରଜ ହେବାରୁ ଅଜୟଙ୍କୁ ବିଚାର ବିଭାଗୀୟ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ସୂଚନା ମୁତାବକ, ଛାତ୍ରୀ ଜଣକ ପରିବାର ସହ ରୁହନ୍ତି। ଏହି ଥାନା ନିକଟରେ ଥିବା ଏକ ବ୍ୟାଙ୍କରେ ଅଭିଯୁକ୍ତ କିଛିଦିନ ଧରି ମରାମତି ଓ ରଙ୍ଗ କାମ କରୁଥିଲେ। ଛାତ୍ରୀ ଜଣକ ନିକଟ ରାସ୍ତା ଦେଇ ଯିବାଆସିବା କରିବା ସମୟରେ ଅଭିଯୁକ୍ତ ତାଙ୍କୁ ପିଛା କରୁଥିଲେ। ରବିବାର ରାତିରେ ଛାତ୍ରୀ ଜଣକ ତାଙ୍କ ଘର ସମ୍ମୁଖରେ ଥିବା ଗାଧୁଆ ଘରୁ ଫେରୁଥିବାବେଳେ ଅଜୟ ହଠାତ ତାଙ୍କୁ ଜାବୁଡ଼ି ଧରି ବଳାକତ୍ାର ଉଦ୍ୟମ କରିଥିଲେ। ଛାତ୍ରୀଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ସେଠାରେ ପହଞ୍ଚତ୍ ଅଭିଯୁକ୍ତଙ୍କୁ କାବୁ କରି ପୋଲିସ ଜିମା ଦେଇଥିଲେ। ପୋଲିସ ଏକ ମାମଲା ରୁଜୁ କରି ଅଜୟଙ୍କୁ ଗିରଫ କରିଥିଲା।

Share