Advertisement

କଲେଜ ପରିଚାଳନା କମିଟିରୁ ରାଜନେତା ବାଦ୍‌ ପଡ଼ିବା ପ୍ରସଙ୍ଗ: ସୁଶାନ୍ତ କହିଲେ ‘ବିଧାୟକଙ୍କୁ ସଦସ୍ୟ ଭାବେ ରଖାଯାଉ’

ଭୁବନେଶ୍ୱର,୨୪।୧(ବ୍ୟୁରୋ): କଲେଜ ପରିଚାଳନା କମିଟିରୁ ରାଜନେତାଙ୍କୁ ବାଦ ଦିଆଯିବା ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଥିଲେ। ଶୁକ୍ରବାର ତାଙ୍କ ମନ୍ତବ୍ୟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ସୁଶାନ୍ତ ସିଂହ। ସେ କହିଛନ୍ତି, ବିଧାୟକମାନେ କମିଟିରେ ରହିବା କଥା। ଯେହେତୁ ବିଧାୟକ ସମୟ ଦେଇପାରୁନାହାନ୍ତି ତେଣୁ ଶିକ୍ଷାବିତ୍‌ ସଭାପତି ରହିଲେ ଭଲ। ହେଲେ ବିଧାୟକମାନଙ୍କୁ ସଭାପତି ନ କରି ସଦସ୍ୟ ଭାବେ ରଖାଯାଉ। ବିଧାୟକ କମିଟିରେ ରହିଲେ କଲେଜର ଉନ୍ନତି ହୋଇପାରିବ। ଏନେଇ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ସହ ଆଲୋଚନା କରାଯିବ ବୋଲି ସେ କହିଛନ୍ତି।

ପ୍ରକାଶଯେ, ଓଡ଼ିଶା ଅଭିଭାବକ ମହାସଂଘର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମନ୍ତ୍ରୀ ସାହୁ କହିଥିଲେ ଯେ ଏବେ କଲେଜ ପରିଚାଳନା କମିଟିରେ ଶିକ୍ଷାବିତ୍‌ମାନଙ୍କୁ ନିଯୁକ୍ତି ଦିଆଯିବ। ଉପଶିକ୍ଷା କ୍ଷେତ୍ରରେ ପାରଦର୍ଶିତା ଓ ପରିଚାଳନା ଦକ୍ଷତା ଥିବା ବ୍ୟକ୍ତିଙ୍କୁ ଏହି କମିଟିରେ ସଭାପତି ଭାବେ ନିଯୁକ୍ତ କରାଯିବ। ଖୁବ୍‌ଶୀଘ୍ର ଏ ନେଇ ବିଜ୍ଞପ୍ତି ପ୍ରକାଶ କରାଯିବ। ଏହାଦ୍ୱାରା କଲେଜ ପରିଚାଳନା କ୍ଷେତ୍ରରେ ବ୍ୟାପକ ସଂସ୍କାର ଆସିବା ସହ ଉଚ୍ଚଶିକ୍ଷା ସୁଦୃଢ଼ ହୋଇପାରିବ ବୋଲି ମନ୍ତ୍ରୀ କହିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share