କଲେଜ ପାଚେରି କାର୍ଯ୍ୟ ନିମ୍ନମାନର ଅଭିଯୋଗ: କାମ ବନ୍ଦକଲେ ସଚେତନ ନାଗରିକ

ଜମନକିରା,୮।୩(ଡି.ଏନ୍‌.ଏ.): ସମ୍ବଲପୁର ଜିଲା ଜମନକିରା ବ୍ଲକ୍‌ ସଦର ମହକୁମା ଯୁକ୍ତ ୩ ମହାବିଦ୍ୟାଳୟରେ ନିର୍ମାଣାଧୀନ ପାଚେରି କାମ ନିମ୍ନମାନର ଅଭିଯୋଗ କରି ଜମନକିରା ସଚେତନ ନାଗରିକ ପକ୍ଷରୁ କାମ ବନ୍ଦ କରିଦିଆଯାଇଛି।
ପ୍ରାପ୍ତ ସୂଚନାନୁଯାୟୀ, ଯୁକ୍ତ ୩ ମହାବିଦ୍ୟାଳୟରେ ନୂତନ ଭାବେ ଏକ ପାଚେରି କାମ ଆରମ୍ଭ ହୋଇଛି। ଉକ୍ତ କାମରେ ଲଗାଯାଉଥିବା ବାଲି ଅତି ନିମ୍ନମାନର ଅଭିଯୋଗ ହେଉଛି। ଗୋଡ଼ି, ବାଲି ଓ ସିମେଣ୍ଟ ମିଶ୍ରଣ ଭାଗମାପ ଠିକ ନ ଥିବାରୁ ଏହାର ସ୍ଥାୟିତ୍ୱ ନେଇ ଲୋକେ ପ୍ରଶ୍ନ କରିଛନ୍ତି। ଏ ସଂକ୍ରାନ୍ତରେ ଯୁକ୍ତ ୨ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.କୃପାସିନ୍ଧୁ ନାଥଙ୍କୁ ପଚାରିବାରୁ ସେମିତି କିଛି କାମ ହେଉ ନ ଥିବା କହିଥିବା ବେଳେ ଯୁକ୍ତ ୩ ମହାବିଦ୍ୟାଳୟର ଅଧ୍ୟକ୍ଷ ଅରୁଣ କୁମାର ପଟେଲଙ୍କୁ ଯୋଗାଯୋଗ କରିବାରୁ କଲେଜ କର୍ମଚାରୀ ଉକ୍ତ କାମକୁ ଦେଖାଶୁଣା କରୁଥିବା କଥା କହିଥିଲେ।

Share