ନୂଆଦିଲ୍ଲୀ,୧୩-୧୨: କଲ୍ ଏବଂ ଡାଟା ଉପରେ ନୂ୍ୟନତମ ଚାର୍ଜ ଲାଗୁ କରିବା ଲାଗି ଟେଲିକମ ଶିଳ୍ପ ପକ୍ଷରୁ ହୋଇଥିବା ଦାବିକୁ ନିୟାମକ ଟ୍ରାଇ ବିଚାର କରିବ ବୋଲି ଜଣାପଡିଛି। ଟ୍ରାଇ ଏହି ପ୍ରସ୍ତାବ ଯଦି ଆଗାମୀ ଦିନରେ ଲାଗୁ କରେ ତେବେ କଲ୍ ଏବଂ ଡାଟା ଆଉ ମାଗଣା ହେବ ନାହିଁ। ଅର୍ଥାତ ଗ୍ରାହକଙ୍କୁ କିଛି ଦେୟ ଦେବାକୁ ପଡିବ। ଦେଶର ଟେଲିକମ୍ ଶିଳ୍ପ ଏବେ ପ୍ରଭାବିତ ସ୍ଥିତିରେ ରହିଛି। ଶିଳ୍ପର ବାରମ୍ବାର ଦାବିକୁ ବିଚାର କରି ଏଭଳି ପ୍ରସ୍ତାବ ଉପରେ ଧ୍ୟାନ ଦିଆଯିବ ବୋଲି ଟ୍ରାଇ ଅଧ୍ୟକ୍ଷ ଆରଏସ୍ ଶର୍ମା ଏଠାରେ ଏକ କାର୍ଯ୍ୟକ୍ରମରେ ସୂଚନା ଦେଇଛନ୍ତି।