‘କଲ୍‌ ହୋ ନା ହୋ’କୁ ପୂରଣ ହେଲା ୧୬ ବର୍ଷ

ମୁମ୍ବାଇ: ନିଖିଲ ଆଡଭାନୀଙ୍କ ନିର୍ଦ୍ଦେଶିତ ରୋମାଣ୍ଟିକ୍‌ ଡ୍ରାମା ଫିଲ୍ମ ‘କଲ୍‌ ହୋ ନା ହୋ’କୁ ପୂରଣ ହୋଇଛି ୧୬ ବର୍ଷ। ଏହି ଉପଲକ୍ଷେ ବଲିଉଡ୍‌ ନିର୍ଦ୍ଦେଶକ କରନ ଜୋହର ଫିଲ୍ମ ପ୍ରତି ଥିବା ତାଙ୍କ ଭଲ ପାଇବାକୁ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଧର୍ମା ପ୍ରଡକସନ୍‌ ବ୍ୟାନରରେ ନିର୍ମାଣ କରାଯାଇଥିବା ଏହି ଫିଲ୍ମରେ କରନ ଥିଲେ ସହ ପ୍ରଯୋଜକ। ଏଥିରେ ମୁଖ୍ୟ ଭୂମିକାରେ ଥିଲେ ଶାହାରୁଖ ଖାଁ, ପ୍ରିତି ଜିଣ୍ଟା ଓ ଶୈଫ ଅଲି ଖାଁ। ଏହି ଫିଲ୍ମଟି କରନଙ୍କୁ ଏତେ ପସନ୍ଦ ଆସିଥିଲା ଯେ ଏହାର ୧୬ ବର୍ଷ ପୂର୍ତ୍ତି ଅବସରରେ ସେ ଇନଷ୍ଟାଗ୍ରାମ ମାଧ୍ୟମରେ ଏହାର ସୂଚନା ଦେଇଛନ୍ତି। ୨୭ ନଭେମ୍ବର ୨୦୦୩ରେ ରିଲିଜ୍‌ ହୋଇଥିବା ଏହି ଫିଲ୍ମ କରନଙ୍କ ହୃଦୟକୁ ଛୁଇଁ ଯାଇଥିଲା ବୋଲି ସେ କହିଛନ୍ତି।

Share