ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ସୋନମ କପୁର ଏବେ ତାଙ୍କର ଅପ୍ କମିଂ ଫିଲ୍ମ ‘ଦ ଜୋୟା ଫେକ୍ଟର’ ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମ ସେପ୍ଟେମ୍ବର ୨୦ରେ ରିଲିଜ୍ ହେବ। ଏଥିରେ ସୋନମ ମୁଖ୍ୟ ଭୂମିକାରେ ନଜରକୁ ଆସିଥିବା ବେଳେ ତାଙ୍କ ବିପକ୍ଷରେ ସାଉଥ୍ ସୁପରଷ୍ଟାର ଦୁଲକର ସଲମାନଙ୍କୁ ଦେଖିବାକୁ ମିଳିଛି। ଏହି ଫିଲ୍ମଟି ଲେଖିକା ଅନୁଜା ଚୌହାନଙ୍କ ଏକ ବହିର ଗଳ୍ପକୁ ନେଇ ଆଧାରିତ। ତେବେ ଏହା ଭିତରେ ସୋନମ ବଲିଉଡ୍ର ସବୁଠାରୁ ବିବାଦୀୟ ପ୍ରସଙ୍ଗ ପ୍ରିୟାପ୍ରୀତି ତୋଷଣ ଉପରେ ମତ ରଖିଛନ୍ତି। ନିକଟରେ ସୋନମ ଏକ ସାକ୍ଷାତ୍କାରରେ କହିଛନ୍ତି, କଳାକାର ପରିବାରରୁ ଆସିଥିବାରୁ ବହୁ ଲାଭ ମିଳିଛି, ହେଲେ ଦାୟିତ୍ୱ ମଧ୍ୟ ରହିଛି। ବାପା ପରିବାର ଲୋକଙ୍କୁ ସମସ୍ତ ସୁବିଧା ଯୋଗାଇଦେବା ପାଇଁ ବହୁ କଷ୍ଟ କରିଛନ୍ତି। ତେଣୁ ଯଦି ଆମକୁ ସୁଯୋଗ ମିଳିଛି ତେବେ ଏହାକୁ ମଞ୍ଜୁର ଭାବେ ଗ୍ରହଣ କରିବା ଉଚିତ ନୁହେଁ। କାରଣ ବାପା ମୋ ଫୋନ ନମ୍ବର କାହାକୁ ଦେଇ ନ ଥିଲେ। ଆଜି ମୁଁ ଯେଉଁଠି ଅଛି ଯାହା ବି ଅଛି ସେସବୁ ଦୃଢ଼ ଇଚ୍ଛାଶକ୍ତି ବଳରେ ହାସଲ କରିଛି ବୋଲି ସୋନମ କହିଛନ୍ତି। ଅନ୍ୟପଟେ ଦୁଲକର କହିଛନ୍ତି, ବହୁ ଲୋକ ପ୍ରିୟାପ୍ରୀତି ତୋଷଣର ଠିକ୍ ଅର୍ଥ ନ ଜାଣି ଏହାକୁ ବ୍ୟବହାର କରିଥାନ୍ତି। ଫଳରେ ଏହି ଶବ୍ଦର ନକାରତ୍ମକ ଭାବନା ଆସିଥାଏ ବୋଲି ଦୁଲକର କହିଛନ୍ତି।