Categories: ରାଜ୍ୟ

କଳାକାରଙ୍କ ଚିକିତ୍ସାରେ ଅର୍ଥ ସାଜିଛି ବାଧକ

ନୟାଗଡ଼ ଅଫିସ,୨୫।୭: ନୟାଗଡ଼ ଜିଲା ସଦର ବ୍ଲକ ମୁକ୍ତାପୁର ଗ୍ରାମର ଜଣାଶୁଣା ଟେଲି କଳାକାର ରବୀନ୍ଦ୍ର ରାଉତ ଗୁରୁତର ହୋଇ ଚିକିତ୍ସାଧୀନ ଅଛନ୍ତି। ହେଲେ ତାଙ୍କ ଚିକିତ୍ସାରେ ଅର୍ଥ ବାଧକ ସାଜିଛି । ପ୍ରକାଶ ଯେ, ୨ ଦିନ ତଳେ ରବୀନ୍ଦ୍ର ଘରେ ପଡ଼ିଯିବାରୁ ତାଙ୍କ ବାମଗୋଡ଼ରେ ଆଘାତ ଲାଗିଥିଲା। ପ୍ରଥମେ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି। ପୂର୍ବରୁ ଏକ ଦୁର୍ଘଟଣାରେ ତାଙ୍କର ବାମ ଗୋଡ଼ ଭାଙ୍ଗିଯାଇଥିଲା। ପୁର୍ନବାର ତାହା ଭାଙ୍ଗିଯିବାରୁ ଅବସ୍ଥା ଗୁରୁତର ହୋଇପଡିଛି। ବର୍ତ୍ତମାନ ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ବହୁ ପରିମାଣର ଅର୍ଥ ଆବଶ୍ୟକ ପଡୁଛି। ତାଙ୍କ ପାଖରେ ସେପରି ସମ୍ବଳ ନଥିବାରୁ ଚିକିତ୍ସାରେ ବାଧା ସୃଷ୍ଟି ହେଉଛି। ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଅର୍ଥ ସଂଗ୍ରହ କରାଯାଇ ତାଙ୍କୁ ସହାୟତା ପ୍ରଦାନ କରାଯାଉଛି। କୌଣସି ସହୃଦୟ ବ୍ୟକ୍ତି ତାଙ୍କୁ ଆର୍ଥିକ ସହାୟତା ଦେବା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ନିବେଦନ କରାଯାଇଛି। ଉଲ୍ଲେଖଯୋଗ୍ୟ, ରବୀନ୍ଦ୍ର ବିଭିନ୍ନ ସିନେମା, ଟେଲି ଧାରାବାହିକରେ ଅଭିନୟ କରି ବେଶ ପରିଚିତ ହୋଇପାରିଛନ୍ତି।

Share