କଳାକାରଙ୍କ ପାଇଁ ନିଜ ଧନସମ୍ପତ୍ତି ଦାନ କରିଦେଇଥିଲେ ଖାୟାମ୍‌

ଦିଲ୍‌ କ୍ୟା ଚିଜ୍‌ ହୈ ଆପ୍‌ ମେରି ମାନ୍‌ ଲିଜିୟେ..(ଉମରାଓ ଜାନ୍‌), ସିନେ ମେ ଜଲନ୍‌ ଆଁଖୋ ମୈ ତୁଫାନ୍‌ ସା(ଗମନ) ଭଳି ଶହ ଶହ ସଙ୍ଗୀତର ସ୍ରଷ୍ଟା ଖାୟମ୍‌ ଆଉ ନାହାନ୍ତି। ୯୨ ବର୍ଷ ବୟସରେ ସେ ଆରପାରିକୁ ଚାଲିଯାଇଛନ୍ତି। କିନ୍ତୁ ତାଙ୍କ କଳା ଚିରଦିନ ପାଇଁ ଅମର ରହିବ ଏଥିରେ ସନ୍ଦେହ ନାହିଁ। ସେ କେବଳ ଜଣେ କଳାକାର ନ ଥିଲେ, ସେ ନିଜ ଜୀବନକୁ ଗରିବଙ୍କ ପାଇଁ ଉତ୍ସର୍ଗ କରିଦେଇଥିଲେ। ଅଧିକାଂଶ ସମୟରେ ସେ ନିଜ ଅର୍ଜିତ ଧନକୁ ଦାନ କରିଦେଉଥିଲେ। ନିଜ ୮୯ତମ ଜନ୍ମଦିନରେ ସେ ନିଜର ୧୦ କୋଟି ଟଙ୍କାର ସମ୍ପତ୍ତି ନୂଆ କଳାକାରଙ୍କ ଉନ୍ନତି ପାଇଁ ଦେଇଥିଲେ। ସେହିପରି ନିଜ ୯୨ତମ ଜନ୍ମଦିନରେ ପୁଲଓ୍ବାମାରେ ଶହୀଦ ହୋଇଥିବା ପରିବାରଙ୍କୁ ୫ ଲକ୍ଷ ଟଙ୍କା ଲେଖାଏ ସହାୟତା ଘୋଷଣା କରିଥିଲେ।

Share