କଳାକାର ଦେଲେ ଲୋକଙ୍କୁ ବାର୍ତ୍ତା

ବାଲେଶ୍ୱର ଅଫିସ,୧୯।୩- ବାଲେଶ୍ୱର ଜିଲା ୧୬ ନଂ. ଜାତୀୟ ରାଜପଥ ନିକଟସ୍ଥ କାଠସଙ୍ଗଡ଼ା ନିକଟରେ ଗତ ଦୋଳ ପୂର୍ଣ୍ଣିମାରୁ ଆରମ୍ଭ ହୋଇଥିବା ପିତୃତର୍ପଣ ଓ ପିଣ୍ଡଦାନ ମହାଯଜ୍ଞ କାର୍ଯ୍ୟକ୍ରମର ଦଶମ ଦିନ ବୁଧବାର କଳାକାରମାନେ ଯୋଗଦେଇ କରୋନା ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଶିଳ୍ପୀ କେଶୁ ଦାସଙ୍କ ନେତୃତ୍ୱରେ ଅରୁଣ ବାରିକ, ଗଦାଧର ମହାନ୍ତି, ପୂର୍ଣ୍ଣେନ୍ଦୁ ପତି, ଦେବାଶିଷ ପତି ପ୍ରମୁଖ ଯୋଗେଦଇ ବାଲୁକା କଳା ଓ ଇନଷ୍ଟାଲେସନ୍‌ କଳା କରି କୋରନା ଭାଇରସ୍‌କୁ ନ ଡ଼ରି ସତର୍କତା ଅବଲମ୍ବନ କରିବାକୁ ଦର୍ଶାଇଥିଲେ। ସ୍ଥାନୀୟ ଏକ ପୁରୁଣା ବରଗଛ ମୂଳରେ ପାରମ୍ପରିକ ଦ୍ରବ୍ୟକୁ ସ୍ଥାପନ କରି ‘ତ୍ରିଶ୍ୱରୀ’ ପ୍ରଦର୍ଶନ କରାଯାଇଥିଲା। ସେହିପରି ସ୍ଥାନୀୟ ଉପକରଣ ଓ ଦ୍ରବ୍ୟକୁ ସୁନ୍ଦର ଭାବେ ସଜାଇ କରୋନା ଭାଇରସ୍‌ ସମ୍ପର୍କରେ ସଚେତନତା ବାର୍ତ୍ତା ଦିଆଯାଇଥିଲା। ସେହିପରି ତ୍ରିବେଣୀର ବାଲିଚର ଉପରେ ଏକ ବାଲୁକାକଳା ପ୍ରଦର୍ଶନ କରାଯାଇଥିଲା। ତ୍ରିବେଣୀ ତୀର୍ଥ ଉନ୍ନୟନ ପରିଷଦର ସଭାପତି ପର୍ଶୁରାମ ପ୍ରଧାନ, ନବକୁମାର ଦାସ, ନିରଞ୍ଜନ ଗିରି, ଶଶିକାନ୍ତ ଗିରି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବାବାଜୀ ଦୟାନନ୍ଦ ଦାସଙ୍କ ପୌରୋହିତ୍ୱରେ ପିତୃତର୍ପଣ ଓ ପିଣ୍ଡଦାନ କାର୍ଯ୍ୟକ୍ରମ ଯଥାରୀତି କରାଯାଇଥିଲା।