କଳାପଟା ସାହିତ୍ୟ ବାସପତରିର ବଛରକିଆ ଉଛବ୍‌: ଯୋଗ୍‌ଦେଲେ ଶତାଧିକ କବି କଳାକାର

 

ଭେଡ଼େନ, ୨୪।୧୨ (ଡି.ଏନ୍‌.ଏ.)-
ବରଗଡ଼ ଜିଲା ଭେଡ଼େନ ବ୍ଳକ ସହରାଟିକ୍ରାନେ ଥିବାର କଳାପଟା ସାହିତ୍ୟ ବାସପତରିର ତିନ ନମର ବଛରକିଆ ଉଛବ୍‌ ସୋମବାର ଦିନ ବେଲହୁବେଲି ହଇଥିଲା। ପହେଲା ସବୁ କବି କଳାକାର ଏକଜୋଟ ହଇ ସହରାଟିକ୍ରା କଳାପଟା ନ ପୂଜାପାଠ୍‌ କରିଥିଲେ। ତାର ଉତାରୁ ଗୁଟେ ଶୋଭାଯାତ୍‌ରାରେ ପାସର ବହଲପାଲି ଗଁାକେ ଯାଇଥିଲେ। ସେଠାନେ ସାହିତିକ୍‌ ଉପତ୍ନ୍ନ ଭୋଇକଁର ସଭାପତିତ୍ୱନେ ଗୁଟେ ସଭା ହେଇଥିଲା। ଇ ସଭାନ ମୁଖିଆ କୁନୁଅଁା ହିସାବେ ଭେଡ଼େନ ଅତିରିକ୍ତ ତହସିଲଦାର ନାରାୟଣ ଡନସନା ଯୋଗଦେଇଥିଲେ। ସେ ଭାଷା ସମକିରିର ମଂଗଲ ଚିନ୍‌ତା କରସି। ବାସ୍‌ପତରି ଚାଉଲର ଖିରି ଯେନ୍‌ତା ଚାର୍‌ହିକୁତି ମହକେଇ ଦେସି ସେନ୍‌ତା ଇ କଳାପଟା ବାସପତରି ସମକୁ ମହକେଇ ଦେଉ ବଲି ସେ କହିଥିଲେ। ଇ ସଭାନ କବି ଶରତ ଚନ୍ଦ୍ର ପାଢ଼ୀ, ପୂରବର ସରପଁଚ୍‌ ହେମସାଗର ପ୍ରଧାନ, ସଙ୍କର୍ଷଣ ପ୍ରଧାନ, ନିତ୍ୟାନନ୍ଦ ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ମାଝି, ଖବରଦାତା ନିର୍ମଳ ମେହେର, ମୁକୁନ୍ଦ ଷଡ଼ଙ୍ଗି ମାଏନ୍‌ତା କୁନୁଅଁା ଭାବେ ଯୋଗଦେଇଥିଲେ। ସଭାନେ କବି ବିନୋଦ ବୈକାରକୁଁ ବାସପତରି ସମ୍‌ମାନରେ ସନାମନା କରାଯାଇଥିଲା। କବି ସୁଶୀଲ ବୁଧିଆ ସୁଆଗତ ଭାଷନ ସଂଗେ କୁନୁଅଁାମାନକର ପରିଚଏ ଦେଇଥିଲେ। ସେନ୍‌ତା ଗୁଣନିଧି ଭୋଇ ସଭାର ଉଦେଶ୍‌ ବାବ୍‌ଦେ କହିଥିଲେ। ପଛେ ହଇଥିବାର କବିତା ପାଠ ଉଛବ୍‌ ନ ଅଧ୍ୟାପକ ସନ୍ତୋଷ ତ୍ରୀପାଠୀ ଅତିଥି ଆବାହନ, ଧୃବ ଚରଣ ପ୍ରଧାନ ଆର ପ୍ରଫୁଲ୍ଲ ଭୋଇ ସଂଯୋଜନା କରିଥିଲେ। ଇ ପାଠ୍‌ ଉଛବ ନ କବି ଭେଡ଼େନ ବିଡିଓ ମୁରଲୀଧର ନାୟକ ମୁଖିଆ କୁନୁଅଁା ଭାବେ ଯୋଗଦେଇଥିଲେ। ନଁାକରା କବି ଦେବେନ୍ଦ୍ର ସାହୁ, ହରିଲାଲ ସାହୁ, ସୋନାଲି ପାଢ଼ୀ, ମଞ୍ଜୁଲତା ସାହୁ, ରୋହିତ ନାଏକ, ତେଜରୁ ବାରିକ, ନରେନ୍ଦ୍ର ମହାନ୍ତି, ସନୟ ମେହେର, ସୁବାସ ମେହେର, ଅଧିକାରୀ ସା ଆର ବନିହା କବିମାନେ ନିଜର ନିଜର କବିତା ପାଠ୍‌ କରିଥିଲେ। ଶେଷେ କବି ଲକ୍ଷ୍ମଣ ମଲିକ ଧଏନ୍‌ବାଦ ଦେଇଥିଲେ। ଇ ଆୟୋଜନ ନ ସୁରେନ୍ଦ୍ର ପ୍ରଧାନ, ଲକ୍ଷ୍ମଣ ସାହୁ, ଦୁଷ୍ମନ୍ତ ପଧାନ ଆର ବହଲପାଲି ଗାଁର ସଭେ ସହଯୋଗ କରିଥିଲେ।

Share