Categories: ଖେଳ

କଳାପଟି ପିନ୍ଧି ଖେଳୁଛନ୍ତି ଭାରତୀୟ ଖେଳାଳି

ବେଙ୍ଗାଲୁରୁ,୧୯।୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନ୍ତିମ ଦିନିକିଆ ମ୍ୟାଚ୍‌ ବେଙ୍ଗାଲୁରୁର ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଆରମ୍ଭ ହୋଇଛି। ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ମ୍ୟାଚରେ ଭାରତୀୟ ଖେଲାଳିମାନେ କଳାପଟି ପିନ୍ଧି ପଡିଆକୁ ଓହ୍ଲାଇଛନ୍ତି। ପୂର୍ବତନ ଭାରତୀୟ ଅଲରାଉଣ୍ଡର ବାପୁ ନାଦକର୍ନୀଙ୍କ ପରଲୋକ ଶୋକପ୍ରକାଶ କରି ଖେଳାଳିମାନେ କଳାପଟି ପିନ୍ଧିଥିବା ଜଣାପଡିଛି। ସୂଚନାଯୋଗ୍ୟ, ଶୁକ୍ରବାର ନାଦକର୍ନୀ ପରଲୋକ ଘଟିଥିଲା। ଇଂଲଣ୍ଡ ବିପକ୍ଷ ଏକ ଟେଷ୍ଟ ମ୍ୟାଚରେ ରେକର୍ଡ କ୍ରମାଗତ ୨୧ ଓଭର ମେଡେନ ଓଭର ବୋଲିଂ ପାଇଁ ସେ ବିଶେଷ ଭାବେ ପରିଚିତ। ସେ ଦେଶ ତରଫରୁ ୪୧ ଟେଷ୍ଟ ମ୍ୟାଚ ଖେଳି ୧୪୧୪ ରନ ସଂଗ୍ରହ କରିବା ସହ ୮୮ ଉଇକେଟ ଅକ୍ତିଆର କରିଥିଲେ।

Share