କଳାମାଟିଆ ପଞ୍ଚାୟତରେ ଘରଘର ବୁଲି ରକ୍ତ ନମୁନା ସଂଗ୍ରହ କରୁଛନ୍ତି ମହିଳା ସ୍ବାସ୍ଥ୍ୟକର୍ମୀ

ରତ୍ନଗିରି,୩ା୫(ଡି.ଏନ୍‌.ଏ.): ଯାଜପୁର ଜିଲା ବରୀ ବ୍ଲକ କଳାମାଟିଆ ପଞ୍ଚାୟତରେ ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଶନିବାର ଦମକଳ ବାହିନୀ ପକ୍ଷରୁ ଏହି ପଞ୍ଚାୟତର ବିଭିନ୍ନ ଜନବହୁଳ ସ୍ଥାନକୁ ସାନିଟାଇଜେସନ କରାଯାଇଥିଲା। ସେହିପରି ରବିବାର ମହିଳା ସ୍ବାସ୍ଥ୍ୟକର୍ମୀ ଯଶୋଲିନ୍‌ ଜେନା ଓ ପୁରୁଷ ସ୍ବାସ୍ଥ୍ୟ କର୍ମୀ ମନୋରଞ୍ଜନ ପୋଥାଳଙ୍କ ନେତୃତ୍ୱରେ ଏହି ପଞ୍ଚାୟତ ଅଧିନସ୍ଥ ଅଙ୍ଗନଓ୍ବାଡ଼ି କର୍ମୀ ଓ ଆଶାକର୍ମୀମାନେ ଘରଘର ବୁଲି ଲୋକମାନଙ୍କ ସ୍ବାସ୍ଥ୍ୟ ବିଷୟରେ ତଥ୍ୟ ସଂଗ୍ରହ କରିବା ସହିତ ସଚେତନ କରୁଥିବାର ଦେଖିବାକୁ ମିଳିଛି। ଉକ୍ତ ଅଞ୍ଚଳଟି କରୋନା ସଂକ୍ରମିତ ଅଞ୍ଚଳ ହୋଇଥିଲେ ମଧ୍ୟ ପ୍ରଶାସନର ନିର୍ଦ୍ଦେଶ କ୍ରମେ ସ୍ବାସ୍ଥ୍ୟ କର୍ମୀମାନେ ନିଜର ପ୍ରୟାସ ଜାରି ରଖିବା ଘଟଣାକୁ ସାଧାରଣରେ ପ୍ରଶଂସା କରାଯାଇଛି।

Share