କଳାରଙ୍ଗକୁ ନେଇ ପକ୍ଷପାତିତାର ଶିକାର ହୋଇଥିଲେ ମଲାଇକା

ବଲିଉଡ୍‌ ଆଇଟମ୍‌ ଗର୍ଲ ମଲାଇକା ଅରୋରା ଇତିମଧ୍ୟରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ୨୧ ବର୍ଷ ପୂରଣ କରିସାରିଛନ୍ତି। ଫିଲ୍ମ ‘ଦିଲ୍‌ ସେ’ର ‘ଛଇଁୟା ଛଇଁୟା’ ଗୀତରୁ ସେ ଇଣ୍ଡଣ୍ଟ୍ରିରେ ପାଦ ରଖିଥିଲେ। ପରେ ‘ଢୋଲ୍‌ନା’, ‘ମାହି ବେ’, ‘ଅନାରକଲି ଡିସ୍କୋ ଚଲି’ ଗୀତରେ ନିଜର ନୃତ୍ୟ ମାଧ୍ୟମରେ ସମସ୍ତଙ୍କୁ ଆକୃଷ୍ଟ କଲେ। କେବଳ ଯେ ଅଭିନୟ, ନୃତ୍ୟ ତାହା ନୁହେଁ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ମଲାଇକା ଚର୍ଚ୍ଚାର ଶିରୋନାମା ପାଲଟୁଛନ୍ତି। ନିକଟରେ ବ୍ୟକ୍ତିଗତ ଏବଂ କର୍ମ ଜୀବନକୁ ନେଇ ମଲାଇକା ବଡ଼ ଖୁଲାସା କରିଛନ୍ତି। ନେହା ଧୁପିୟାଙ୍କ ଟକ୍‌ ଶୋ ‘ନୋ ଫିଲ୍‌ଟର ଓ୍ବିଥ୍‌ ନେହା’ରେ ସେ ଏହି ଖୁଲାସା କରିଛନ୍ତି। ଫିଲ୍ମ ଇଣ୍ଡଷ୍ଟ୍ରିରେ ତାଙ୍କୁ କଳା କାଟାଗୋରୀରେ ରଖାଯାଉଥିଲା। ଉକ୍ତ ସମୟରେ କଳାଗୋରାକୁ ନେଇ ଭେଦଭାବ ହେଉଥିଲା। ଶୋ’ରେ ସେ ଆହୁରି ଅନେକ କଥା ମଧ୍ୟ କହିଛନ୍ତି। ସେ କହିଛନ୍ତି, ପ୍ରେଗ୍‌ନେଣ୍ଟ ସମୟରେ ମଧ୍ୟ ସେ କାମ କରିବା ଛାଡ଼ି ନ ଥିଲେ। ପୁଅ ଜନ୍ମହେବାର ୪୦ ଦିନ ପରେ ସେ କାମ ଆରମ୍ଭ କରିଥିଲେ। ମଲାଇକା ପ୍ରଥମେ ଭିଡିଓ ଜକିରୁ କ୍ୟାରିୟର ଆରମ୍ଭ କରିଥିଲେ। ପରେ ଅନେକ ନୃତ୍ୟ ଓ ଫିଲ୍ମରେ ତାଙ୍କୁ ଦେଖିବାକୁ ମିଳିଲା। ସେହିଭଳି ଅର୍ଜୁନଙ୍କ ସହ ନିଜର ବିବାହ ବିଷୟରେ ମଧ୍ୟ ସେ ମଧ୍ୟ ମୁହଁ ଖୋଲିଛନ୍ତି। ତାଙ୍କ ବିବାହ ବିଚ୍‌ରେ ହେବ ଏବଂ ସବୁକିଛି ଧଳା ରଙ୍ଗର ହେବ ବୋଲି ସେ କହିଛନ୍ତି।

Share