Advertisement

କଳାସଂସ୍କୃତି ସଂଘ ପକ୍ଷରୁ ନୂଆଖାଇ ଭେଟ୍‌ଘାଟ୍‌

ଲେଫ୍ରିପଡା, ୧୧।୯(ଡି.ଏନ.ଏ): ସୁନ୍ଦରଗଡ଼ ଜିଲା ଲେଫ୍ରିପଡା ବ୍ଲକ କଳାସଂସ୍କୃତି ସଂଘ ପକ୍ଷରୁ ନବମ ନୂଆଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା କାମିନୀ କାଲୋ, ସମିତି ସଭ୍ୟା ଜୟନ୍ତୀ ଗର୍ଡିଆ, ଅଲଇଣ୍ଡିଆ ରେଡିଓ ଷ୍ଟେଶନ୍‌ର ମ୍ୟୁଜିକ୍‌ ଡାଇରେକ୍ଟର ରମେଶ ସୋନାର, ଟାଙ୍ଗରପାଲି ବ୍ଲକ ଉପସଭାପତି ବଳରାମ ମଗର ପ୍ରମୁଖ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍‌ଘାଟନ କରିଥିଲେ। ପରେ କାର୍ଯ୍ୟକ୍ରମରେ ପାଲା, ସଂକୀର୍ତ୍ତନ୍ୟ ମଣ୍ଡଳୀ, ଡାଲଖାଇ ନୃତ୍ୟ ଇତ୍ୟାଦି ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯାଇଥିଲା। ଏଲୋରା ତନ୍ତୀଙ୍କ ଡାଲଖାଇ ନୃତ୍ୟ ଜନସାଧାରଣଙ୍କ ପାଇଁ ବେଶ୍‌ ଆକର୍ଷିତ ହୋଇଥିଲା। କଳାସାଂସ୍କୃତିକ ସଂଘ ପକ୍ଷରୁ ବିଭିନ୍ନ ସାଂସ୍କୃତିକ ଦଳ ଲେଫ୍ରିପଡା ଗ୍ରାମରେ ନଗର ପରିକ୍ରମା କରିଥିଲେ। କାର୍ଯ୍ୟକ୍ରମକୁ ସଂଘର ଆବାହକ ରଜନୀକାନ୍ତ ଆଚାର୍ଯ୍ୟ, ଉପସଭାପତି ପାଲା ଗାୟକ ନୀଳମଣୀ ପଟେଲ ପ୍ରମୁଖ କର୍ମକର୍ତ୍ତାଗଣ ଆୟୋଜନ କରିଥିଲେ। ଏଥିରେ ଲେଫ୍ରିପଡା ଅଞ୍ଚଳର ୧୩ଟି ସାଂସ୍କୃତିକ ଦଳ ଯୋଗଦାନ କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share