କୃଷ୍ଣସାର ମାମଲା: କୋର୍ଟରେ ହାଜର ହେଲେନି ସଲମାନ ଖାନ୍‌

ଜୟପୁର, ୨୭।୯: କୃଷ୍ଣସାର ହରିଣ ଶିକାର ମାମଲାରେ ଶୁକ୍ରବାର ରାଜସ୍ଥାନର ଯୋଧପୁର କୋର୍ଟରେ ହାଜର ହୋଇନାହାନ୍ତି ବଲିଉଡ୍‌ ଅଭିନେତା ସଲମାନ୍‌ ଖାନ୍‌। ତାଙ୍କ ଓକିଲ ହସ୍ତିମଲ ସାରସ୍ବତ କହିଛନ୍ତି ସଲମାନ କୋର୍ଟରେ ଉପସ୍ଥିତ ରହିବେ ନାହିଁ। ଏହି ମାମଲାର ଆଗାମୀ ଶୁଣାଣି ଡିସେମ୍ବର ୧୯ରେ କରାଯିବ। ସୂଚନାଯୋଗ୍ୟ, ୨୦ ବର୍ଷ ପୂର୍ବେ ୧୯୯୮ରେ ‘ହମ୍‌ ସାଥ୍‌ ସାଥ୍‌ ହେଁ’ ସିନେମା ଶୁଟିଂ ଚାଲିଥିବାବେଳେ ସଲମାନ ନିକଟସ୍ଥ ଜଙ୍ଗଲରେ କଳା ହରିଣ ଶିକାର କରିଥିଲେ ବୋଲି ବିଷ୍ଣୋଇ ସମାଜ ପକ୍ଷରୁ କୋର୍ଟରେ ମାମଲା ରୁଜୁ କରାଯାଇ ଥିଲା। ପରେ ଉକ୍ତ ଗ୍ରାମବାସୀ ସଲମାନଙ୍କୁ ହରିଣ ଶିକାର କରିବାକୁ ବିରୋଧ କରିବାରୁ ମୃତ ହରିଣକୁ ନେଇ ସଲମାନ ବନ୍ଧୁକ ମୁନରେ ଗ୍ରାମାବାସୀଙ୍କୁ ଭୟଭୀତ କରି ସେଠାରୁ ଖସି ପଲାଇ ଥିଲେ। ଏହି ଅପରାଧରେ ସର୍ବାଧିକ ୬ ବର୍ଷ କାରାଦଣ୍ଡ ପାଇଁ ଆଇନ ରହିଥିବାବେଳେ ସଲମାନଙ୍କୁ ୫ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଥିଲେ।

Share