କଳାହାଣ୍ଡି ଜିଲ୍ଲାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଗାଁକୁ ସିଲ କରିଛି ଜିଲ୍ଲା ପ୍ରଶାସନ । ଗତକାଲି ଗୋଳାମୁଣ୍ଡ ବ୍ଲକ ଅନ୍ତର୍ଗତ ଖମାର ହଳଦୀ ଗାଁର ଜଣେ ୨୯ ବର୍ଷୀୟ ଯୁବକଙ୍କ କରୋନା ପଜିଟିଭ ବାହାରିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା ।