ଜୁନାଗଡ଼,୨୪ା୫(ଡି.ଏନ୍.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ର ଏକ ଦେୟଯୁକ୍ତ ଟିଏମ୍ସିରେ ଥିବା ୨ ଜଣ ମହିଳାଙ୍କ ସ୍ବାବ୍ ନମୁନା କରୋନା ପଜିଟିଭ୍ ଆସିଛି। ସେମାନେ ଉଭୟ ମା’ ଝିଅ । ଗତ ୧୨ ତାରିଖରେ ସେମାନେ ପଶ୍ଚିମବଙ୍ଗରୁ ଟ୍ରେନ୍ ଯୋଗେ ସମ୍ବଲପୁର ଆସି ସେଠାରୁ ଭବାନୀପାଟଣାରେ ପହଞ୍ଚିଥିଲେ। ଏହା ପରେ ଉଭୟ ଜୁନାଗଡ଼ର ଏକ ଦେୟଯୁକ୍ତ ଟିଏମ୍ସି(ଏକ ହୋଟେଲ)ରେ କ୍ୱାରାଣ୍ଟାଇନ୍ରେ ଥିଲେ। ସେମାନଙ୍କ ପଜିଟିଭ୍ ବାହାରିବା ପରେ ଉଭୟଙ୍କୁ ଭବାନୀପାଟଣା ନିକଟ ବାନ୍ଦୋପଲା ଇଞ୍ଜିନିୟରିଂ କଲେଜ ପରିସରରେ ଥିବା କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ରବିବାର ଏହି ଦୁଇ ପଜିଟିଭ୍ ସହ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ପ୍ରଥମେ ଚିହ୍ନଟ ୨ ଜଣ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୩ ଜଣ ଚିକିତ୍ସାଧୀନ ଅଛନ୍ତି।
Posted inଆମ ଜିଲା ଖବର, କରୋନା ଭାଇରସ୍, କଳାହାଣ୍ଡି