Advertisement

କଳାହାଣ୍ଡିରେ ପ୍ରଥମେ ବ୍ୟବହୃତ ହେଲା ଟଙ୍କା ବିଶୋଧନ ଯନ୍ତ୍ର

ଜୁନାଗଡ,୨୪।୪(ଡି.ଏନ୍‌.ଏ.)-କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ବଳଦିଆମାଲସ୍ଥିତ ସିଦ୍ଧାନ୍ତ ଫୁଏଲ ପେଟ୍ରୋଲ ପମ୍ପରେ ଶୁକ୍ରବାର ପ୍ରଥମ କରି ଟଙ୍କା ବିଶୋଧନ ଯନ୍ତ୍ର ବ୍ୟବହାର କରାଯାଇଛି। ଏହି ଯନ୍ତ୍ରକୁ ଗତ କିଛିଦିନ ତଳେ ନୂଆପଡା ଜିଲା ଖଡିଆଳ ଲୋକଦୃଷ୍ଟି କଲେଜର ଲଛମନ ଦୁଣ୍ଡି ନାମକ ଜଣେ ବିଏସି ୨ୟବର୍ଷର ଛାତ୍ର ଉଭାବନ କରିଥିଲେ। ସେ ଏହି ଯନ୍ତ୍ରକୁ ଶୁକ୍ରବାର ବଳଦିଆମାଲସ୍ଥିତ ଉକ୍ତ ପେଟ୍ରୋଲ ପମ୍ପ ମାଲିକଙ୍କୁ ବିକ୍ରି କରିଥିଲେ। ବର୍ତ୍ତମାନ ଏହି ଯନ୍ତ୍ରକୁ ପେଟ୍ରୋଲ ପମ୍ପରେ ବ୍ୟବହାର କରାଯାଉଛି ା ଉକ୍ତ ମେଶିନ ଦ୍ୱାରା ଟଙ୍କା ବିଶୋଧନ ହେବା ସହ କରୋନା ସଂକ୍ରମଣ ରୋକାଯାଇପାରିବ ବୋଲି ଲଛମନ ଦାବି କରିଛନ୍ତି ା ଏହି ଯନ୍ତ୍ର ୧ଘଣ୍ଟା ମଧ୍ୟରେ ୧କୋଟି ଟଙ୍କା ପର୍ଯ୍ୟନ୍ତ ବିଶୋଧନ କରିପାରିବ ା ଏଥିରେ ଟାଇମର ମେଶିନ, ମନିକାଉଣ୍ଟର ସେନ୍‌ସର, କପର, ସାନିଟାଇଜ୍‌ ଲିକ୍ୟୁଡ ଓ ଥର୍ମାଲ ସ୍କାନର ରହିଛି ା କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ଲଛମନ ଏହି ଯନ୍ତ୍ରକୁ ଉଭାବନ କରିଛନ୍ତି। ଏହାର ମୂଲ୍ୟ ୧୦ହଜାର ଟଙ୍କା ରହିଛି ା ପୂର୍ବରୁ ମଧ୍ୟ ଲଛମନ ୫ଶହ ଓ ୧୦୦୦ ଟଙ୍କାକୁ ନେଇ ବିଦ୍ୟୁତ ଉଭାବନ ଏବଂ ମହିଳାଙ୍କ ଆମତ୍ସୁରକ୍ଷା ପାଇଁ ସୁରକ୍ଷା ଯନ୍ତ୍ର ଜ୍ୟାକେଟ ଉଭାବନ କରି ଚର୍ଚ୍ଚାରେ ଥିଲେ ା

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share