ଭବାନୀପାଟଣା,୧୪।୧ (ଡି.ଏନ୍.ଏ.): କଳାହାଣ୍ଡି ଜିଲାରେ ୪ ଦିନ ଧରି ପ୍ରବଳ ଶୀତ ସାଙ୍ଗକୁ ଘନ କୁହୁଡି ଲାଗି ରହିଛି । ଅଦିନିଆ ବର୍ଷା ପରେ ପରେ କୁହୁଡିଆ ପାଗ ଯୋଗୁ ଗତ କିଛିଦିନ ହେଲା ଜିଲାରେ ଶୀତର ପ୍ରକୋପ ସେତେଟା ନ ଥିଲା। ମାତ୍ର ହଠାତ୍ ହାଡଭଙ୍ଗା ଶୀତ ଅନୁଭୂତ ହେଉଛି । ବିଶେଷ କରି ଭବାନୀପାଟଣା ସମେତ ଥୁ.ରାମପୁର, ଲାଞ୍ଜିଗଡ, ମଦନପୁର ରାମପୁର, ନର୍ଲା, କଲମପୁର, ଜୁନାଗଡ, କୋକସରା ଆଦି ବ୍ଲକ ସମେତ ସାରା ଜିଲାରେ ପାରଦ ଖସିବାରେ ଲାଗିଛି। ଶୀତର ପ୍ରକୋପ ଦିନକୁ ଦିନ ବୃଦ୍ଧି ପାଉଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି।