କଳାହାଣ୍ଡିର ଦୁର୍ନୀତିଗ୍ରସ୍ତ ୫ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର, ୨ ଅଧିକାରୀଙ୍କ ପେନ୍‌ସନ୍‌ ବନ୍ଦ

ଭବାନୀପାଟଣା, ୧୯।୮ (ଡି.ଏନ୍‌.ଏ.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାରୁ ଦୁର୍ନୀତି ମୁକ୍ତ କରିବା ପାଇଁ ବର୍ତ୍ତମାନ ନୂଆ ଅଭିଯାନ ଆରମ୍ଭ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଦୁର୍ନୀତିି ଅଭିଯୋଗରେ ଦୋଷୀସାବ୍ୟସ୍ତ ହୋଇଥିବା କଳାହାଣ୍ଡି ଜିଲାର ୫ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିବା ବେଳେ ୨ ଜଣ ଅବସରପ୍ରାପ୍ତ ଅଧିକାରୀଙ୍କ ପେନ୍‌ସନ୍‌ ବନ୍ଦ କରିଦିଆଯାଇଛି।
ପ୍ରକାଶ ଯେ, ରାଜ୍ୟକୁ ଦୁର୍ନୀତିମୁକ୍ତ କରିବା ସହ ଜିରୋ ଟଲରାନ୍ସ (ଦୁର୍ନୀତି ଶୂନ୍ୟ ସହିଷ୍ଣୁତା ନୀତି) ଆରମ୍ଭ ହେବାକୁ ନେଇ ସାରା ରାଜ୍ୟରେ ଚହଳ ସୃଷ୍ଟି କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଶାସନତନ୍ତ୍ରରେ ୫‘ଟି’ କୁ କଡ଼ାକଡି ପାଳନ କରିବା ପାଇଁ ନିର୍ଦ୍ଦେଶ ଦେବା ସହିତ ପ୍ରଥମ ପର୍ଯ୍ୟାୟରେ ଦୁର୍ନୀତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବା ରାଜ୍ୟର ୧୫ ଜଣ କର୍ମଚାରୀଙ୍କୁ ଚାକିରିରୁ ବରଖାସ୍ତ କରିଛନ୍ତି। ସେଥି ମଧ୍ୟରେ କଳାହାଣ୍ଡି ଜିଲାର ୫ କର୍ମଚାରୀ ଅନ୍ତଭୁୟକ୍ତ।