
ଭବାନୀପାଟଣା,୩୦।୩:(ଉତ୍ତମ କୁମାର ଦାଶ): କଳାହାଣ୍ଡି ଓକିଲ ସଂଘ ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସୁଧାଂଶୁ କୁମାର ନନ୍ଦ ଦ୍ୱିତୀୟ ଥର ପାଇଁ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସମ୍ପାଦକ ଭାବେ ଅଶୋକ କୁମାର ପଟ୍ଟନାୟକ, ଉପସଭାପତି ଗଣେଶ୍ୱର ପଟ୍ଟନାୟକ, ସହକାରୀ ସମ୍ପାଦକ ସାରଣୀ ବେମାଲ, କୋଷାଧ୍ୟକ୍ଷ ମହେଶ କୁମାର ମହାପାତ୍ର ପ୍ରମୁଖ ନିର୍ବାଚିତ ହୋଇଛନ୍ତି। ସେହିପରି ଏକଜିକ୍ୟୁଟିଭ୍ ବଡି ମେମ୍ବର (ସିନିୟର) ଜୟନ୍ତ କୁମାର ମୁଣ୍ଡ, ପ୍ରଶାନ୍ତ କୁମାର ବାରିକ, ସୌମେନ୍ଦ୍ର ଚାନ୍ଦ ଓ ଲୋକନାଥ ନାଏକ ନିର୍ବାଚିତ ହୋଇଥିବାବେଳେ (ଜୁନିୟର) ଇଲା ସେଲମା, ନୀଳାଞ୍ଚଲ ସ୍ବାଇଁ ଓ ପ୍ରବୀଣ କୁମାର ବିହାରୀ ନିର୍ବାଚିତ ହୋଇଛନ୍ତି। ନିର୍ବାଚନ ଅଧିକାରୀ ଭାବେ ମାନସ ରଞ୍ଜନ ମହାନ୍ତି ଓ ସହକାରୀ ନିର୍ବାଚନ ଅଧିକାରୀ ଭାବେ ପ୍ରତାପ ଚନ୍ଦ୍ର ପ୍ରଧାନ, ମନୋଜ କୁମାର ତାଣ୍ଡି, ପ୍ରଦୀପ କୁମାର ପାତ୍ର ଓ ଈଶ୍ୱର କୁମାର ଦାୟିତ୍ୱ ତୁଲାଇଥିଲେ। ନିର୍ବାଚିତ ସମସ୍ତ କର୍ମକର୍ତ୍ତାକୁ ସଂଘ ପକ୍ଷରୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରାଯାଇଛି।