କଳାହାଣ୍ଡି ଜିଲା ଯୋଜନା କମିଟି ବୈଠକ: କୃଷି, ଉଦ୍ୟାନ ବିଭାଗ ଉପରେ ଗୁରୁତ୍ୱ

ଭବାନୀପାଟଣା,୨୮।୨ (ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ପ୍ଲାନିଂ ୱିଙ୍ଗ୍‌ କନ୍‌ଫେରେନି୍ଂସ ହଲ୍‌ଠାରେ ଜିଲା ଯୋଜନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। କମିଟିର ଅଧ୍ୟକ୍ଷ ତଥା ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ନବକିଶୋର ଦାସ, ଗୃହ, ଶକ୍ତି, ଶିଳ୍ପମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିସାରୀ, ରାଜ୍ୟ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ, ଧର୍ମଗଡ଼ ବିଧାୟକ ମଷୌଧି ବାଗ, କଳାହାଣ୍ଡି ଲୋକସଭା ସଦସ୍ୟ ବସନ୍ତ ପଣ୍ଡା, ଜିଲା ଯୋଜନା କମିଟିର ସଦସ୍ୟ ପ୍ରମୁଖ ଏହି ବୈଠକରେ ଉପସ୍ଥିତ ଥିଲେ। ମୁଖ୍ୟତଃ ଜିଲାର କୃଷି ବିଭାଗ ଓ ଉଦ୍ୟାନ ବିଭାଗ, ରାସ୍ତା ଏବଂ ଯୋଗାଯୋଗ, ସ୍ବାସ୍ଥ୍ୟ, ଶିକ୍ଷା, ପାନୀୟ ଜଳ ଏବଂ ଜଳସେଚନ ବିଭାଗ କାର୍ଯ୍ୟକ୍ରମ ଉପରେ ଏହି ବୈଠକରେ ଗୁରୁତ୍ୱ ଦିଆଯାଇଛି।

Share