Posted inଆମ ଜିଲା ଖବର, କଳାହାଣ୍ଡି
କଳାହାଣ୍ଡି ପେକ୍ସ ପକ୍ଷରୁ ହେବ ଡାକଟିକଟ ପ୍ରଦର୍ଶିନୀ”ସମାରୋହ: ପ୍ରଦର୍ଶିତ ହେବ ଦେଶ ବିଦେଶର ଅନେକ ବିରଳ ଡାକ ଟିକେଟ
ଭବାନୀପାଟଣା,୮।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଡାକ ମଣ୍ଡଳ ପକ୍ଷରୁ ଶୁକ୍ରବାର ଭବାନୀପାଟଣା ମୁଖ୍ୟ ଡାକଘର ପ୍ରଶିକ୍ଷଣ କେନ୍ଦ୍ରରେ ଏକ ଖବରଦାତା ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏଥିରେ ୯ ତାରିଖ ଶନିବାର ଓ ରବିବାର ୧୦ ତାରିଖ ୨ଦିନ ଧରି ଭବାନୀପାଟଣା ସହର ବ୍ରଜମୋହନ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ଗୃହ ଠାରେ କଳାହାଣ୍ଡି ପେକ୍ସ ପକ୍ଷରୁ ଦିତୀୟ “ଡାକଟିକଟ ପ୍ରଦର୍ଶିନୀ” ସମାରୋହ ହେବା ନେଇଁ କଳାହାଣ୍ଡି ଡାକ ଅଧିକ୍ଷକ ସୁଶାନ୍ତ କୁମାର ପାଣିଗ୍ରାହୀ ସୂଚନା ଦେଇଛନ୍ତି।
ଏହି ଅବସରରେ ଶନିବାର ସକାଳ ୯ ଟାରେ ଭବାନୀପାଟନା ମୁଖ୍ୟ ଡାକଘରଠାରୁ ବ୍ରଜମୋହନ ଉଚ୍ଚ ବିଦ୍ୟାଳୟ ପର୍ଯନ୍ତ ଏକ ଶୋଭାଯାତ୍ରା ଆୟୋଜନ କରାଯିବ। ଏହି ଡାକଟିକେଟ ପ୍ରଦର୍ଶନୀ ସହ ସହରର ପ୍ରମୁଖ ବିଦ୍ୟାଳୟ ମାନଙ୍କର ଛାତ୍ରୀଛାତ୍ର ମାନଙ୍କ ମଧ୍ୟରେ ସାଧାରଣଜ୍ଞାନ, ଚିତ୍ରାଙ୍କନ ଓ ପତ୍ରଲିଖନ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହେବ। ପ୍ରଦର୍ଶନୀରେ ୧୦୦ରୁ ଅଧିକ ଫ୍ରେମରେ ଦେଶ ବିଦେଶର ଅନେକ ବିରଳ ଡାକ ଟିକେଟ ଓ ଡାକ ଉପକରଣ ଜିଲା ତଥା ରାଜ୍ୟର ସଂଗ୍ରାହକଙ୍କ ଦାରା ପ୍ରଦର୍ଶିତ କରାଯିବ। ଏହି ଉପଲକ୍ଷେ ଶନିବାର ଅପରାହ୍ନରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ। ରବିବାର ୧୦ ତାରିଖରେ ଏହାର ଉଦ୍ଯାପନୀ ସମାରୋହ ଅନୁଷ୍ଠିତ ହେବ ବୋଲି ଡାକ ଅଧିକ୍ଷକ ପାଣିଗ୍ରାହୀ ପ୍ରକାଶ କରିଛନ୍ତି। ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସହକାରୀ ଡାକ ଅଧ୍ୟିକ୍ଷକ ରାଜ କିଶୋର ମହାରଣା,ଡାକ ଟିକେଟ ସଂଗ୍ରହ କାରି ରମେଶ ଚନ୍ଦ୍ର ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ।