କଳାହାଣ୍ଡି ପୋଲିସ ପକ୍ଷରୁ ରକ୍ତଦାନ ଶିବିର, ୧୦୧ ୟୁନିଟ ରକ୍ତ ସଂଗ୍ରହ

ଜୁନାଗଡ,୧୯।୪(ଡି.ଏନ୍‌.ଏ)-ଜୁନାଗଡ ସହର ଅଗ୍ରସେନ ଭବନଠାରେ ରବିବାର କଳାହାଣ୍ଡି ପୋଲିସ ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ରକ୍ତଦାନ ଶିବିରରେ ୧୦୧ଜଣ ମହିଳା,ପୁରୁଷ ସ୍ବେଚ୍ଛାକୃତଭାବେ ରକ୍ତଦାନ କରିଥିଲେ। ପରେ ସେମାନଙ୍କୁ କଳାହାଣ୍ଡି ପୋଲିସ ପକ୍ଷରୁ ମାନପତ୍ର ପ୍ରଦାନ କରାଯାଇଥିଲା। ଜୁନାଗଡ ଥାନା ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମନୋଜ କୁମାର ମହନ୍ତ, ଧର୍ମଗଡ ଏସ୍‌ଡିପିଓ ଲକ୍ଷ୍ମୀ ନାରାୟଣ ପଣ୍ଡା,ଜୁନାଗଡ ଭାରପ୍ରାପ୍ତ ଥାନାଧିକାରୀ ଉତ୍ତମ କୁମାର ସାହୁ, ପୁର୍ବତନ ଏନ୍‌ଏସି ଅଧ୍ୟକ୍ଷା ବିଜୟ ଲକ୍ଷ୍ମୀ କନ୍ଦପାନ, ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ସାହୁ, ଜୁନାଗଡ ମାରୱାଡି ସମ୍ମେଳନର ସଭାପତି ମୁକେଶ ଅଗ୍ରୱାଲ, ଯୁବାମଞ୍ଚ ସଭାପତି ଅମିତ ଗୁପ୍ତା ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଭବାନୀପାଟଣା ରକ୍ତ ଭଣ୍ଡାରର କର୍ମଚାରୀ ସମେତ ଜୁନାଗଡ ମାରୱାଡି ଯୁବାମଞ୍ଚ, ମହିଳା ସମିତି, ଔଷଧ ବ୍ୟବସାୟୀ ସଂଘ, ଜୁନାଗଡ ଏନ୍‌ଏସିର ପୂର୍ବତନ କାଉନସିଲର ପ୍ରମୁଖ ସହଯୋଗ କରିଥିଲେ।

Share