କଳାହାଣ୍ଡି : ୧୦୩ କେନ୍ଦ୍ରରେ ପରୀକ୍ଷା ଦେବେ ୨୧,୧୬୫ ଛାତ୍ରୀଛାତ୍ର

ଭବାନୀପାଟଣା,୧୮।୨(ଡି.ଏନ୍‌.ଏ.): ଚଳିତ ବର୍ଷ କଳାହାଣ୍ଡି ଜିଲାର ୩୩୬ଟି ହାଇସ୍କୁଲର ୨୧ ହଜାର ୧୬୫ ଛାତ୍ରୀଛାତ୍ର ମାଟ୍ରିକ ପରୀକ୍ଷା ଦେବେ। ଏଥି ନିମନ୍ତେ ଜିଲାରେ ୧୦୩ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ଏହି ପରୀକ୍ଷାରେ ଜିଲାର ୧୯ ହଜାର ୭୩୯ ରେଗୁଲାର ଛାତ୍ରୀଛାତ୍ର, ୧୪୧୨ ଏକ୍ସ-ରେଗୁଲାର, ୧୩ ଜଣ କରେସପୋଣ୍ଡେନ୍‌ସ କୋର୍ସ ରେଗୁଲାର ଓ ଜଣେ ଏକ୍ସ- ରେଗୁଲାର ଛାତ୍ରୀଛାତ୍ର ପରୀକ୍ଷା ଦେବେ।
ସେହିପରି ରାଜ୍ୟ ମୁକ୍ତ ସ୍କୁଲ ପାଠ୍ୟକ୍ରମରେ ଜିଲାରେ ୧୬୦ ଛାତ୍ରୀଛାତ୍ର ଭବାନୀପାଟଣା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ବ୍ରଜବିହାର ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ। ଏ ନେଇ ଜିଲାରେ ୧୩ଟି ନୋଡାଲ କେନ୍ଦ୍ର ବ୍ଲକ ମହକୁମାଠାରେ ଖୋଲାଯାଇଛି। ପ୍ରଶ୍ନପତ୍ର ନୋଡାଲ କେନ୍ଦ୍ରଗୁଡିକରେ ପହଷଞ୍ଚତ୍ସାରିଛି ଓ ପୋଲିସର କଡା ସୁରକ୍ଷାରେ ପ୍ରଶ୍ନପତ୍ର ଗୁଡିକ ରଖାଯାଇଛି। ନୋଡାଲ କେନ୍ଦ୍ରଗୁଡିକରୁ ପ୍ରଶ୍ନପତ୍ର ପ୍ରତିଦିନ ସକାଳ ୬ଟାରେ ପରୀକ୍ଷା କେନ୍ଦ୍ରଗୁଡିକୁ ନେବା ପାଇଁ ୩୩ଟି ଡେସ୍ପାଚ୍‌ ଟିମ୍‌ ପ୍ରସ୍ତୁତ କରାଯାଇଛି। ସେହିପରି ଅବାଧ ପରୀକ୍ଷା ପରିଚାଳନା ଓ କପି ରୋକିବା ପାଇଁ ଜିଲା ସ୍ତରରେ ୩ଟି ସ୍କ୍ବାଡ ଓ ଗୋଟିଏ ରାଜ୍ୟସ୍ତରୀୟ ସ୍କ୍ବାଡ ଗଠନ କରାଯାଇଛି।

Share