‘କଳା ଓ ସଂସ୍କୃତି ବିକାଶରେ କଳାକାରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’:କଳିଙ୍ଗ କଳାକାର ସଂଘର ସାଙ୍ଗଠନିକ ବୈଠକ

ତିହିଡ଼ି,୭। ୮(ଡି.ଏନ.ଏ.)- କଳା ଓ ସଂସ୍କୃତିର ବିକାଶରେ କଳାକାରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏଥିଲାଗି କଳାକାରଙ୍କ ସମସ୍ୟାର ପ୍ରତିକାର ସହ ସେମାନଙ୍କୁ ପ୍ରୋତ୍ସାହିତ କରାଯିବା ଲାଗି ଭଦ୍ରକ ଜିଲା ତିହିଡ଼ି ବ୍ଲକର କଳିଙ୍ଗ କଳାକାର ସଂଘର ସାଙ୍ଗଠନିକ ବୈଠକରେ ମତବ୍ୟକ୍ତ କରାଯାଇଛି।
ଆସନ୍ତା ସ୍ବାଧୀନତା ଦିବସ ପାଳନ ଏବଂ ସାଂଗଠିକ କାର୍ଯ୍ୟ ସମ୍ପର୍କରେ ଆଲୋଚନା ଲାଗି ସୋମବାର ଅପରାହ୍ନରେ ମନ୍ଦୋଦରୀ କଲ୍ୟାଣମଣ୍ଡପରେ ଏକ ବୈଠକ ବସିଥିଲା। ସଙ୍ଗଠନର ସଭାପତି କବି ବିଭୂତି ଭୂଷଣ ଗ୍ରହାଚାର୍ଯ୍ୟ ଏଥିରେ ପୌରୋହିତ୍ୟ କରିଥିଲେ। ସଙ୍ଗଠନର ନୂତନ ସଦସ୍ୟ ଗ୍ରହଣ କରାଯିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା ା ଏଥିସହିତ ଆସନ୍ତା ସ୍ବାଧୀନତା ଦିବସ ପାଳନ କାର୍ଯ୍ୟକ୍ରମ ନେଇ ଆଲୋଚନା କରାଯାଇଥିଲା । ସାଧାରଣ ସମ୍ପାଦକ ସୁରେନ୍ଦ୍ର ପ୍ରସାଦ ନାୟକ, ସମ୍ପାଦକ ମନମୋହନ ସାହୁ, ଉପସଭାପତି ବାବୁରାମ ରାଉତ, ସଙ୍ଗଠନ ସମ୍ପାଦକ ଭାଗୀରଥି ଦତ୍ତ, କୋଷାଧ୍ୟକ୍ଷ ଅକ୍ଷୟ ମିଶ୍ର ପ୍ରମୁଖ ଆଲୋଚନାରେ ବକ୍ତବ୍ୟ ରଖିଥିଲେ। ସେହିପରି ଉପଦେଷ୍ଟା ଲକ୍ଷ୍ମୀକାନ୍ତ ସାହୁ ଓ କୁଳମଣି ସାବତ, ସଦସ୍ୟ ଉପେନ୍ଦ୍ର ସାହୁ, ଭକ୍ତହରି ସାହୁ, ରାମଚନ୍ଦ୍ର ଜେନା, ନାରାୟଣ ଦେବ, ଅମରନାଥ ପଣ୍ଡା, ନିରଞ୍ଜନ ଦାସ, ନାରାୟଣ ଚନ୍ଦ୍ର ମହାନ୍ତି, ଶିବ ପ୍ରସାଦ ବାରିକ, ବିନୋଦ ନାୟକ ପ୍ରମୁଖ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ ା