କଳା ତାଲିକାଭୁକ୍ତ ହେବେ ୩୦୦ ବିଦେଶୀ

ନୂଆଦିଲ୍ଲୀ,୧ା୪(ପି.ଟି.): ମାଲେସିଆ, ଥାଇଲାଣ୍ଡ ସମେତ ୧୬ଟି ଦେଶରୁ ପର୍ଯ୍ୟଟନ ଭିଜାରେ ଆସି ନିଜାମୁଦ୍ଦିନ ଧର୍ମସଭାରେ ଯୋଗଦେଇଥିବା ପାଖାପାଖି ୩୦୦ ବିଦେଶୀଙ୍କୁ କଳାତାଲିକାଭୁକ୍ତ କରିପାରେ ଭାରତ। ଏମାନେ ଦେଶରେ କରୋନା ଭୂତାଣୁ ସଂକ୍ରମଣର ମୁଖ୍ୟ ବାହକ ସାଜିଛନ୍ତି। ମାର୍ଚ୍ଚ ୧୩ରୁ ୧୫ ମଧ୍ୟରେ ଦିଲ୍ଲୀର ନିଜାମୁଦ୍ଦିନ ମର୍କାଜରେ ଅନୁଷ୍ଠିତ ତାବଲିଘ-ଇ-ଜମାତ୍‌ରେ ଯୋଗଦେଇଥିବା ଲୋକଙ୍କ ମଧ୍ୟରେ ୨୮୧ ବିଦେଶୀ ଥିଲେ। ନେପାଳରୁ ଏହି ଧର୍ମସଭାକୁ ୧୯ ଜଣ ଆସିଥିବାବେଳେ ମାଲେସିଆରୁ ୨୦, ମ୍ୟାନମାରରୁ ୩୩, ଆଫଗାନିସ୍ତାନରୁ ଜଣେ, ଆଲଜେରିଆରୁ ଜଣେ, ଜିବୈଟିରୁ ଜଣେ, କିର୍‌ଗିଜସ୍ତାନରୁ ୨୮, ଇଣ୍ଡୋନେସିଆରୁ ୭୨, ଥାଇଲାଣ୍ଡରୁ ୭, ଶ୍ରୀଲଙ୍କାରୁ ୩୪, ବାଂଲାଦେଶରୁ ୧୯, ଇଂଲଣ୍ଡରୁ ୩ ଜଣ, ସିଙ୍ଗାପୁରରୁ ଜଣେ, ଫିଜିରୁ ୪, ଫ୍ରାନ୍ସରୁ ଜଣେ ଓ କୁଏଟ୍‌ରୁ ଜଣେ ଥିଲେ।

Share