କଳା ଦିବସ ପାଳନ କଲା କୁଡୁମୀ ସେନା

ବାରିପଦା ଅଫିସ,୬ା୯: ୧୯୫୦ମସିହା ସେପ୍ଟେମ୍ବର ୬ତାରିଖ ଦିନ କେନ୍ଦ୍ର ସରକାର କୁଡୁମୀ ଜାତିକୁ ଅନୁସୂଚିତ ଜାତିରୁ ବାଦ ଦିଆଯାଇଥିବା ପ୍ରତିବାଦରେ ଶୁକ୍ରବାର ମୟୂରଭଞ୍ଜ କୁଡୁମୀ ସେନା ପକ୍ଷରୁ କଳା ଦିବସ ପାଳନ କରାଯାଇଛି ା କୁଡୁମୀ ସେନାର ରାଜ୍ୟ ସଭାପତି ଜୈମୁନି ମହାନ୍ତଙ୍କ ନେତୃତ୍ୱରେ ଶତାଧିକ କୁଡୁମୀ ସମ୍ପ୍ରଦାୟର ମହିଳା ପୁରୁଷ ଏକତ୍ରିତ ହୋଇ ସହରରେ ର଼୍ୟାଲି କରିବା ସହିତ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କୁଡୁମୀ ଜାତିକୁ ପୁଣିଥରେ ଅନୁସୂଚିତ ଜାତିରେ ସାମିଲ କରିବା ସହ ୫ ଦଫା ସମ୍ବଳିତ ଦାବିପତ୍ର ଜିଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି ା ସେନା ପକ୍ଷରୁ ରାଜ୍ୟର ବହୁ ଜିଲାରେ ଥିବା କୁଡୁମୀ ସମ୍ପ୍ରଦାୟର ଲୋକମାନେ ଦିଲ୍ଲୀ ଯନ୍ତରମନ୍ତରଠାରେ ଏହିଭଳି ବିକ୍ଷୋଭ କରିଛନ୍ତି ବୋଲି ସେନାର ରାଜ୍ୟ ସଭାପତି ମହାନ୍ତ ପ୍ରକାଶ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଉପସଭାପତି ଦିବ୍ୟସିଂହ ମହାନ୍ତ, ଜିଲା ସଭାପତି ଦୁର୍ଗା ଚରଣ ମହାନ୍ତ, ଡମ୍ବରୁଧର ମହାନ୍ତ, ଜିଲା ମହିଳା ସଭାପତି ସବିତା ମହାନ୍ତ, ଜଗଦିଶ ମହାନ୍ତ, ବିବେକାନନ୍ଦ ମହାନ୍ତ, ମହେନ୍ଦ୍ର ମହାନ୍ତ, ସମନାଥ ମହାନ୍ତ, ନବକିଶୋର ମହାନ୍ତ, ସୂର୍ଯ୍ୟ ମହାନ୍ତଙ୍କ ସମେତ ବହୁ କର୍ମକର୍ତ୍ତା ଏହି ବିକ୍ଷୋଭ ପ୍ରଦର୍ଶନରେ ସାମିଲ ହୋଇଥିଲେ ା

Share