କଳା ରଙ୍ଗର ଲୋକେ କରୋନା ସଂକ୍ରମିତ ହେବା ଆଶଙ୍କା ଅଧିକ: ବ୍ରିଟେନ୍‌ ରିପୋର୍ଟ

ଲଣ୍ଡନ/ନୂଆଦିଲ୍ଲୀ,୭।୫: ସାରା ପୃଥିବୀରେ କରୋନା ମହାମାରୀ ଆତଙ୍କ ରଚିଛି। ତେବେ କରୋନା ସଂକ୍ରମଣ କଳା ରଙ୍ଗର ଲୋକଙ୍କୁ ହେବାର ଅଧିକ ଆଶଙ୍କା ରହିଥିବା ବ୍ରିଟେନ୍‌ର ଏକ ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ବ୍ରିଟିଶ୍‌ ଷ୍ଟାଟିସ୍‌ଷ୍ଟିକ୍‌ ଅଫିସ୍‌ ପକ୍ଷରୁ ଏହି ରିପୋର୍ଟ ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ, କଳା ରଙ୍ଗ ଲୋକ ବାସ କରୁଥିବା ଅଞ୍ଚଳ, ଭାରତ, ପାକିସ୍ତାନ ଏବଂ ବାଂଲାଦେଶରେ କରୋନା ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ଅଧିକ ରହିବ। ଅପରପକ୍ଷରେ ଗୋରା ରଙ୍ଗ ଲୋକଙ୍କ କ୍ଷେତ୍ରରେ ଏହା ତୁଳାନାତ୍ମକ ଭାବେ କମ୍‌ ରହିବ। କଳା ରଙ୍ଗର ପୁରୁଷଙ୍କ ମୃତ୍ୟୁ ହାର ଗୋରା ରଙ୍ଗ ପୁରୁଷଙ୍କ ଅପେକ୍ଷା ୪.୨ ଗୁଣା ଅଧିକ ରହିବ। ସେହିପରି କଳା ରଙ୍ଗ ମହିଳାଙ୍କ ମୃତ୍ୟୁ ହାର ଗୋରା ରଙ୍ଗ ମହିଳାଙ୍କ ତୁଳନାରେ ୪.୩ ଗୁଣା ଅଧିକ ହେବ ବୋଲି ରିପୋର୍ଟରେ ଦର୍ଶାଯାଇଛି। ସୂଚନାଯୋଗ୍ୟ, ଆମେରିକାର ନ୍ୟୁୟର୍କରେ ବାସ କରୁଥିବା ଅଣଶ୍ୱେତାଙ୍ଗଙ୍କ କ୍ଷେତ୍ରରେ କରୋନା ସଂକ୍ରମଣ ହାର ଅଧିକ ରହିଛି। ସେମାନଙ୍କ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି।

Share