ଜି.ଉଦୟଗିରି,୩୧ା୩(ଡି.ଏନ.ଏ.)-ଜି.ଉଦୟଗିରି ପୋଲିସ ଗଞ୍ଜାମ ଓ କନ୍ଧମାଳ ଜିଲା ପ୍ରବେଶ ଦ୍ୱାର ଭାବେ ପରିଚିତ କଳିଙ୍ଗା ଚେକ ଗେଟଠାରେ ଜିଲା ସୀମାକୁ ସିଲ କରି ଦେଇଛି। ରାଜ୍ୟ ଓ ଜିଲା ବାହାରୁ ଆସୁଥିବା କାହାକୁ ମଧ୍ୟ ବିନା ଅନୁମତିପତ୍ରରେ ପ୍ରବେଶ କରିବାକୁ ଦିଆଯିବ ନାହିଁ ବୋଲି ଜି.ଉଦୟଗିରି ଏସ୍ଡିପିଓ ଜୟକୃଷ୍ଣ ବେହେରା କହିଛନ୍ତି। ପ୍ରତ୍ୟେକ ସୀମାନ୍ତକୁ ସିଲ କରାଯାଇଛି ବୋଲି ସେ କହିଥିଲେ। ସେହିପରି ଜି.ଉଦୟଗିରି ଆଇଆଇସି ଧୀରଜ କୁମାର ଲେଙ୍କା, ଏସ୍ଆଇ କୌଶଲ୍ୟା ବେହେରା ଓ ସୁବାସ ପ୍ରଧାନ ବିନା କାରଣରେ ଘରୁ କିଏ ନ ବହାରିବାକୁ ସଚେତନ କରିଥିଲେ ।