Categories: ଖେଳ

କଳିଙ୍ଗ ଇତିହାସରେ ନୂଆ ଫର୍ଦ୍ଦ

ଭୁବନେଶ୍ୱର, ୨।୧୧(କ୍ରୀଡ଼ା ପ୍ରତିନିଧି)-କଳିଙ୍ଗ ଷ୍ଟାଡିୟମ ହକି ଇତିହାସରେ ଯୋଡ଼ି ହୋଇଛି ଏକ ନୂଆ ଫର୍ଦ୍ଦ। ପୂର୍ବରୁ ଏଠାରେ ହକି ବିଶ୍ୱକପଠାରୁ ଆରମ୍ଭ କରି ପୁରୁଷ ବିଭାଗର ଅନେକ ମ୍ୟାଚ ଆୟୋଜନ ହୋଇଥିବାବେଳେ ଶୁକ୍ରବାର ପ୍ରଥମଥରପାଇଁ ମହିଳା ବିଭାଗରେ ଅନ୍ତର୍ଜାତୀୟ ମ୍ୟାଚ ଆୟୋଜନ ସମ୍ଭବ ହୋଇଛି। ଏଫ୍‌ଆଇଏଚ୍‌ ଅଲିମ୍ପିକ୍‌ କ୍ବାଲିଫାୟର୍ସରେ ଭାରତ-ଆମେରିକା ମ୍ୟାଚ ଏହି ଇତିହାସର ମୁକସାକ୍ଷୀ ପାଲଟିଛି। ପୂର୍ବ ଭଳି ଓଡ଼ିଶାର ଦର୍ଶକ ଖେଳକୁ ଭଲପାଇବା ଜାରି ରଖିଛନ୍ତି। ଷ୍ଟାଡିୟମରେ ଉପସ୍ଥିତ ରହି ସେମାନେ ସେମାନଙ୍କ ପ୍ରିୟ ଦଳ ଭାରତକୁ ଉତ୍ସାହିତ କରିଛନ୍ତି। ଦର୍ଶକଙ୍କ ଦର୍ଶକଙ୍କ ସମର୍ଥନରେ ଭାରତୀୟ ଦଳ ପ୍ରଥମାର୍ଦ୍ଧରେ ଚମତ୍କାର ପ୍ରଦର୍ଶନ ମଧ୍ୟ କରିଥିଲା। ମ୍ୟାଚର ୨୮ତମ ମିିନିଟରେ ଲିଲିମା ମିଞ୍ଜ ପ୍ରଥମ ଗୋଲ ଦେବାପରେ ଦର୍ଶକମାନେ ଛିଡ଼ା ହୋଇ ତାଙ୍କୁ ସମ୍ମାନ ଜଣାଇଥିଲେ।

Share