Categories: ଖେଳ

କଳିଙ୍ଗ କର୍ନର ଗ୍ୟାଲେରିରେ ହରେନ୍ଦ୍ର

ଭୁବନେଶ୍ୱର, ୨୦।୧(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମରେ ରବିବାର ଭାରତ-ନେଦରଲାଣ୍ଡ୍ସ ଏଫ୍‌ଆଇଏଚ୍‌ ହକି ପ୍ରୋ ଲିଗ୍‌ ମ୍ୟାଚ୍‌ ଅବସରରେ ପୂର୍ବତନ କୋଚ୍‌ ହରେନ୍ଦ୍ର ସିଂ ଗ୍ୟାଲେରିରେ ବସି ମ୍ୟାଚ୍‌ ଉପଭୋଗ କରୁଥିବା ପରିଲକ୍ଷିତ ହୋଇଥିଲା। ୨୦୧୮ ହକି ବିଶ୍ୱକପ୍‌ ଅବସରରେ ହରେନ୍ଦ୍ର ଭାରତୀୟ ପୁରୁଷ ହକି କୋଚ୍‌ ଥିଲେ। କ୍ୱାର୍ଟର ଫାଇନାଲରେ ଭାରତ ଏହି ନେଦରଲାଣ୍ଡ୍ସ ନିକଟରୁ ପରାଜିତ ହେବାରୁ ହରେନ୍ଦ୍ରଙ୍କୁ ପଦ ଛାଡ଼ିବାକୁ ପଡ଼ିଥିଲା। ଏବେ ତାଙ୍କ ସାମ୍‌ନାରେ ନେଦରଲାଣ୍ଡ୍ସର ପରାଜୟ ନିଶ୍ଚିତ ହରେନ୍ଦ୍ରଙ୍କୁ ଉଲ୍ଲସିତ କରିଥିବ।

ମ୍ୟାଚ୍‌ ଉପଭୋଗ କଲେ ଶ୍ରଦ୍ଧାଞ୍ଜଳି, ଅନୁରାଧା
ଗ୍ୟାଲେରିରେ ଉପସ୍ଥିତ ରହି ଭାରତୀୟ ମହିଳା ଫୁଟ୍‌ବଲ ଦଳର ପୂର୍ବତନ ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ଓ ହର୍ଡଲ୍ସ କୁଲିନ ଅଲିମ୍ପିଆନ ଅନୁରାଧା ବିଶ୍ୱାଳ ଭାରତ-ନେଦରଲାଣ୍ଡ୍ସ ମ୍ୟାଚ୍‌ ଉପଭୋଗ କରିଥିଲେ। ଏହି ଅବସରରେ ଅନୁରାଧାଙ୍କ ପରିବାର ମଧ୍ୟ ଉପସ୍ଥିତ ଥିଲେ। ତାଙ୍କ ଝିଅ ତଥା ଓଡ଼ିଶାର ଉଦୀୟମାନ ଶଟ୍‌ପୁଟ ପ୍ରତିଭା ଆଂଶିକା ରାଉତରାୟ ମଧ୍ୟ ମ୍ୟାଚ୍‌ ଉପଭୋଗ କରିଥିଲେ।

Share