Categories: ଖେଳ

କଳିଙ୍ଗ ଫୁଟବଲ ଏକାଡେମୀ ବିଜୟୀ

ଭୁବନେଶ୍ୱର, ୨୩।୪(କ୍ରୀଡ଼ା ପ୍ରତିନିଧି)- ଯାଜପୁର କଳିଙ୍ଗ ନଗରସ୍ଥିତ କଳିଙ୍ଗ ଫୁଟବଲ ଏକାଡେମୀ (କେଏଫଏ) ପ୍ରଥମଥରପାଇଁ ୧୫ ବର୍ଷରୁ କମ୍‌ ହିରୋ ଆଇ-ଲିଗ୍‌ ଫୁଟବଲ ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିଛି। ଜାମସେଦପୁରଠାରେ ସୋମବାର ଅନୁଷ୍ଠିତ ପ୍ରଥମ ମ୍ୟାଚରେ ଦଳ ଜାମସେଦପୁର ଫୁଟବଲ ଏକାଡେମୀ (ଜେଏଫସି)କୁ ୨-୧ ଗୋଲରେ ପରାସ୍ତ କରିଛି। ବିଜୟୀ ଦଳ ପକ୍ଷରୁ ଅବଦୁର ରହମନ ଓ ତୁଶାର ବାହାଦୂର ରଣା ଗୋଲ ଦେଇଥିଲେ। ଏହି ଦଳ ସୁପ୍ରସନ୍ନ ନାୟକ, ସୁଶାନ୍ତ ମହାନ୍ତି ଓ ଗୀତାଞ୍ଜଳି ଖୁଣ୍ଟିଆଙ୍କଦ୍ୱାରା ପ୍ରଶିକ୍ଷଣପ୍ରାପ୍ତ। ଟିମ୍‌ ମ୍ୟାନେଜରଭାବେ ସେଶୁକାନ୍ତ ଛେତ୍ରୀ ଦଳସହ ଯାତ୍ରା କରିଛନ୍ତି। କେଏଫଏ ଏହାର ପରବର୍ତ୍ତୀ ମ୍ୟାଚ ୨୪ରେ ଧାନବାଦ ଫୁଟବଲ ଏକାଡେମୀ (ଡିଏଫଏ) ବିପକ୍ଷରେ ଖେଳିବ। ଏଥିରେ ଭାଗ ନେଇଥିବା ଫାଓ ଏକାଡେମୀ କିନ୍ତୁ ନିଜର ପ୍ରଥମ ମ୍ୟାଚ ହାରି ଯାଇଛି। ଏହି ଦଳ ଧାନବାଦ ଫୁଟବଲ ଏକାଡେମୀଠାରୁ ୦-୩ ଗୋଲରେ ପରାସ୍ତ ହୋଇଛି। ୨୪ ତାରିଖରେ ଫାଓ ଏହାର ପରବର୍ତ୍ତୀ ମ୍ୟାଚରେ ଜାମସେଦପୁର ଏଫସିକୁ ଭେଟିବ।

Share