Categories: ଖେଳ

କଳିଙ୍ଗ ଷ୍ଟାଡିୟମରେ କମଲ ହାସନ

ଭୁବନେଶ୍ୱର, ୨୦।୧୧(କ୍ରୀଡ଼ା ପ୍ରତିନିଧି)-ସମ୍ପ୍ରତି ଓଡ଼ିଶା ଗସ୍ତରେଥିବା ବଲିଉଡ ଅଭିନେତା ତଥା ଚଳଚ୍ଚିତ୍ର ନିର୍ମାତା ପଦ୍ମଶ୍ରୀ କମଲ ହାସନ ମଙ୍ଗଳବାର କଳିଙ୍ଗ ଷ୍ଟାଡିୟମ ପରିଦର୍ଶନ କରିଛନ୍ତି। ଷ୍ଟାଡିୟମରେ ଉପଲବ୍ଧ ସୁବିଧା ସୁଯୋଗ ଏବଂ ବିଶ୍ୱସ୍ତରୀୟ ଭିତ୍ତିଭୂମି ଦେଖି ସେ ଅଭିଭୂତ ହୋଇଛନ୍ତି। ଏହି ଅବସରରେ କ୍ରୀଡ଼ା ସଚିବ ବିଶାଲ ଦେବ ଓ କ୍ରୀଡ଼ା ନିର୍ଦ୍ଦେଶକ ଭିନିଲ କ୍ରିଷ୍ଣା ଉପସ୍ଥିତ ଥିଲେ। ଷ୍ଟାଡିୟମ ପରିଦର୍ଶନ ଅବସରରେ କମଲ ଓଡ଼ିଶା ଏଫସି ଖେଳାଳିଙ୍କ ସହିତ ମିଶିଥିଲେ। ଓଡ଼ିଶା ଏଫସି ପକ୍ଷରୁ ତାଙ୍କୁ ଏକ ଜର୍ସି ଉପହାରଭାବେ ପ୍ରଦାନ କରାଯାଇଥିଲା। ଏହାପରେ ସେ ହକି କମ୍ପ୍ଲେକ୍ସକୁ ଯାଇ ଖେଳାଳିଙ୍କ ସହିତ ପରିଚିତ ହୋଇଥିଲେ। ସେଠାରେ ମଧ୍ୟ ତାଙ୍କୁ ଭାରତୀୟ ଦଳର ଏକ ଜର୍ସି ପ୍ରଦାନ କରାଯାଇଥିଲା। ପରେ ଭାରତୀୟ ହକି ଦଳର ଅଧିନାୟକ ମନପ୍ରୀତ ସିଂ, ତାରକା ଗୋଲକିପର ପି.ଆର. ଶ୍ରୀଜେଶ ପ୍ରମୁଖ ତାଙ୍କ ସହ ଫଟୋ ଉଠାଇଥିଲେ। ଆଗାମୀ ଦିନରେ ହେବାକୁଥିବା ଟୁର୍ନାମେଣ୍ଟ ପାଇଁ ଖେଳାଳିମାନଙ୍କୁ କମଲ ଶୁଭେଚ୍ଛା ଜଣାଇଥିଲେ।

Share