Minister of sports and youth services, Tusharkanti Behera, Dept of tourism and sports,Secretary, Vishal Dav, Indian olympic athlete, Dutee Chand, actress Archita Sahu and other sports persons Sings "Bande Utkala Janani" at Kalinga Stadium in Bhubaneswar on Saturday
ଭୁବନେଶ୍ୱର, ୩୧।୫(କ୍ରୀଡ଼ା ପ୍ରତିନିଧି)-କରୋନା ଯୋଦ୍ଧାଙ୍କ ସମ୍ମାନାର୍ଥେ ଶନିବାର ସନ୍ଧ୍ୟାରେ ‘ବନ୍ଦେ ଉତ୍କଳ ଜନନୀ’ ଗାନରେ କଳିଙ୍ଗ ଷ୍ଟାଡିୟମ ପ୍ରକମ୍ପିତ ହୋଇଛି। ହକି କମ୍ପ୍ଲେକ୍ସରେ ଆୟୋଜିତ କାର୍ଯ୍ୟକ୍ରମରେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, କ୍ରୀଡ଼ା ସଚିବ ବିଶାଲ କୁମାର ଦେବ, କ୍ରୀଡ଼ା ନିର୍ଦ୍ଦେଶକ ଭିନିଲ କ୍ରିଷ୍ଣା, ଅଲିମ୍ପିଆନ ପଦ୍ମଶ୍ରୀ ଦିଲୀପ ତିର୍କୀ, ଦୂତୀ ଚାନ୍ଦ, ଅନୁରାଧା ବିଶ୍ୱାଳ, ଧାବକ ଅମିୟ ମଲିକ, ମହିଳା ଫୁଟବଲ ତାରକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ଅନ୍ତର୍ଜାତୀୟ କ୍ରିକେଟର ଦେବାଶିଷ ମହାନ୍ତି, ହେପ୍ଟାଥଲେଟ୍ ପୂର୍ଣ୍ଣିମା ହେମ୍ବ୍ରମ, ପାରା ଆଥଲେଟ୍ ପ୍ରମୋଦ ଭଗତ, ଅନ୍ତର୍ଜାତୀୟ ମାଷ୍ଟର ଚେସ୍ ତାରକା ପଦ୍ମିନୀ ରାଉତ, କରାଟେକା ଭାଲେନା ଭାଲେଣ୍ଟନା ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ବିଶିଷ୍ଟ ଗାୟକ ମହାପ୍ରସାଦ କର, ନାଜିଆ ଆଲାମ, ଅଭିନେତ୍ରୀ ଅର୍ଚ୍ଚିତା ସାହୁ, ଭୂମିକା ଦାଶ ପ୍ରମୁଖ ଏଥିରେ ଯୋଗ ଦେଇଥିଲେ। ରାଜ୍ୟ ସରକାରଙ୍କ କ୍ରୀଡ଼ା ଯୁବସେବା ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କ୍ରୀଡ଼ା ବିଭାଗର ଅନେକ କର୍ମକର୍ତ୍ତା ଏବଂ ଯୁବ ଆଥଲେଟ୍ମାନେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦିଆ ଯାଇଥିଲା।
ଓଡ଼ିଶାର ଅନ୍ୟତମ ପ୍ରତିଷ୍ଠିତ ସହିଦ ସ୍ପୋର୍ଟିଂ କ୍ଲବ ପକ୍ଷରୁ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା। କ୍ଲବର ସମ୍ପାଦକ ପଙ୍କଜ ପଟ୍ଟନାୟକଙ୍କ ନେତୃତ୍ୱରେ ୫୦ରୁ ଊର୍ଦ୍ଧ୍ୱ ଖେଳାଳି, ପୂର୍ବତନ ଖେଳାଳି ଏବଂ ସଦସ୍ୟମାନେ ସମୂହଗାନ କରିଥିଲେ। ଉପସଭାପତି ପ୍ରଦୋଷ ପଟ୍ଟନାୟକ, ସଦସ୍ୟ ନିକୁଞ୍ଜ ମହାନ୍ତି, ବବିନ ମହାନ୍ତି, ମହେନ୍ଦ୍ର ନନ୍ଦ, ଉମାନାଥ ମିଶ୍ର, ବିଶ୍ୱପ୍ରସାଦ ମହାନ୍ତି, ଶଶାଙ୍କ ସିହ୍ନା, ରଣଜୀ କ୍ରିକେଟ ଟିମ୍ ଟ୍ରେନର ମନୋଜ ବିଶ୍ୱାଳ, ସି.ପି. ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ। ପୁରୁଣା ଭୁବନେଶ୍ୱରସ୍ଥିତ ଟାଉନ୍ କ୍ଲବ ପଡ଼ିଆରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବହୁ ଖେଳାଳି ଓ କର୍ମକର୍ତ୍ତା ଯୋଗ ଦେଇଥିଲେ। ଓଡ଼ିଶା ସ୍କେଟିଂ ଏକାଡେମୀ, ଓଡ଼ିଶା ରୋଲବଲ ଆସୋସିଏଶନ ଓ ଓଡ଼ିଶା ରୋଲର ସ୍କେଟିଂ ଆସୋସିଏଶନ ପକ୍ଷରୁ ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଛକରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।