ଉତ୍ତରପ୍ରଦେଶ ଭଦୋହିରେ ପ୍ରତିବର୍ଷ ଏକ ମେଳା ଆୟୋଜିତ ହୋଇଥାଏ। ଏହାକୁ କଜରୀ ମେଳା କୁହାଯାଏ। ମେଳାରେ ରହିଛି ଏକ ପରମ୍ପରା। ଏଠାକୁ ଆସିଥିବା ମହିଳାମାନେ ପ୍ରଥମେ ଦୁଇଦଳ ହୋଇ ନିଜ ନିଜ ମଧ୍ୟରେ କଳିଝଗଡ଼ା ଆରମ୍ଭ କରନ୍ତି। ଦୁଇ ଦଳ ପରସ୍ପରକୁ ବିଭିନ୍ନ ପ୍ରକାର ଗାଳିମନ୍ଦ କରନ୍ତି। ପ୍ରକୃତ ଝଗଡ଼ା ଭଳି ଏଠାରେ ଅଭିନୟ କରାଯାଏ। ପରେ ସମସ୍ତେ ଶାନ୍ତ ଭାବେ ମେଳାରେ ବୁଲାବୁଲି କରି ଆନନ୍ଦ ମନରେ ଘରକୁ ଫେରନ୍ତି। ଏହା ସ୍ଥାନୀୟ ସୁରୀୟାମ୍ବା ଥାନା ଅନ୍ତର୍ଗତ ଅଞ୍ଚଳରେ ପାଳିତ ହୋଇଥାଏ। ଏଠାକୁ ପୁରୁଷମାନଙ୍କ ପ୍ରବେଶ ନିଷେଧ ହୋଇଥାଏ। ମେଳାରେ ଯୋଗ ନ ଦେଲେ ମହିଳାଙ୍କୁ ପ୍ରେତାତ୍ମା ହଇରାଣ ହରକତ କରିବ ବୋଲି ଲୋକଙ୍କର ବିଶ୍ୱାସ ରହିଛି । ପ୍ରତିବର୍ଷ ଏହି ମେଳାରେ ହଜାର ହଜାର ମହିଳା ଯୋଗ ଦେଇଥାନ୍ତି।