Posted inଜାତୀୟ

କଳ୍‌କୀ ଭଗବାନଙ୍କ ୫୦୦ କୋଟିର ଅଘୋଷିତ ସମ୍ପତ୍ତି ଠାବ

ବାଙ୍ଗାଲୋର,୧୯ା୧୦: ଧାର୍ମିକ ଗୁରୁ କଳ୍‌କୀ ଭଗବାନଙ୍କ ଆଶ୍ରମ ଏବଂ ଏହା ସହ ଜଡିତ ୪୦ ସ୍ଥାନରେ ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ଏଥିରେ ପ୍ରାୟ ୫୦୦ କୋଟି ଟଙ୍କାର ଅଘୋଷିତ ଆୟ ଠାବ ହୋଇଛି। ଚଢ଼ାଉ ବେଳେ ବିଭାଗ ପ୍ରାୟ ୪୩.୯ କୋଟି ନଗଦ ଟଙ୍କା, ୧୮ କୋଟି ଟଙ୍କା ମୂଲ୍ୟର ବିଦେଶୀ ମୁଦ୍ରା ଏବଂ ୮୮ କିଲୋ ସୁନା ମଧ୍ୟ ଜବତ କରିଛି। ଏହାର ମୋଟ ମୂଲ୍ୟ ପ୍ରାୟ ୯୩ କୋଟି ହେବ ବୋଲି ବିଭାଗ ଦେଇଥିବା ସୂଚନାରୁ ଜଣାପଡିଛି। ଆତ୍ମଘୋଷିତ ଏହି ଧାର୍ମିକ ଗୁରୁ ଜଣକ ନିଜକୁ ଭଗବାନ ବିଷ୍ଣୁଙ୍କ ୧୦ମ ଅବତାର ବୋଲି ପରିଚୟ ଦେବାସହ ‘ଓ୍ବାନ୍‌ନେଶ୍‌ ଫିଲୋଶଫି’ପ୍ରଚାର କରୁଥିଲେ। ବିଭାଗ ପକ୍ଷରୁ ଚେନ୍ନାଇ, ହାଇଦ୍ରାବାଦ, ବାଙ୍ଗାଲୋର ଏବଂ ଭରଦେୟାପାଲେମ ଭଳି ସ୍ଥାନରେ ଚଢାଉ ହୋଇଥିଲା। ଟିକସ ଠକିବା ଲାଗି ଏହି ଗ୍ରୁପ ଅଫ୍‌ ଟ୍ରଷ୍ଟ ପକ୍ଷରୁ ଦେଶ ତଥା ବିଦେଶର ବିଭିନ୍ନ କମ୍ପାନୀରେ ନିବେଶ କରିଛି। ଏହି କମ୍ପାନୀଗୁଡିକ ଚାଇନା, ଆମେରିକା ସିଙ୍ଗାପୁର ଏବଂ ୟୁଏଇ ଭଳି ଦେଶଗୁଡିକରେ ରହିଛି। ଗ୍ରୁପର ଟିକସଯୁକ୍ତ ଆୟ ବିଦେଶକୁ ଚାଲାଣ ଉପରେ ବିଭାଗ ତଦନ୍ତ ଜାରି ରଖିଛି। ଉକ୍ତ ଗ୍ରୁପ ୧୯୮୦ରେ ଧାର୍ମିକ ଗୁରୁଙ୍କ ଦ୍ୱାରା ସ୍ଥାପନ କରାଯାଇଥିଲା। ସମୟକ୍ରମେ ଏହା ରିୟଲ ଇଷ୍ଟେଟ, ନିର୍ମାଣ, କ୍ରୀଡା ଭଳି କ୍ଷେତ୍ରକୁ ପ୍ରବେଶ କରିଥିଲା। ଗ୍ରୁପକୁ ନିଜେ କଳ୍‌କୀଭଗବାନ ଏବଂ ତାଙ୍କ ପୁତ୍ର ପରିଚାଳନା କରୁଛନ୍ତି। ବିଦେଶରୁ ଗ୍ରାହକଙ୍କୁ ଆକୃଷ୍ଟ କରିବା ସହ ସେମାନଙ୍କଠାରୁ ମୋଟା ଅଙ୍କର ବିଦେଶୀ ମୁଦ୍ରା ଗ୍ରୁପ ଲାଭ କରୁଥିଲା। ଏହି ଅର୍ଥରୁ ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁ ଭଳି ସ୍ଥାନରେ ସ୍ଥାବର ସମ୍ପତ୍ତି କ୍ରୟ କରାଯାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅମର ପ୍ରୀତ୍ ସିଂହ ହେବେ ବାୟୁସେନା ମୁଖ୍ୟ

ନୂଆଦିଲ୍ଲୀ,୨୧ା୯: ଅମର ପ୍ରୀତ୍‌ ସିଂହ ହେବେ ନୂଆ ବାୟୁସେନା ମୁଖ୍ୟ। ଏୟାର ମାର୍ଶାଲ ଅମର ପ୍ରୀତ୍ ଏବେ ବାୟୁସେନା ଉପମୁଖ୍ୟ ଭାବେ କାର୍ଯ୍ୟରତ ଅଛନ୍ତି। ଅମର...

ମୁଖ୍ୟମନ୍ତ୍ରୀ ଅସୁସ୍ଥ

ଶିମଲା,୨୧।୯: ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଅସୁସ୍ଥ ହୋଇପଡିଛନ୍ତି। ସେ ଶିମଲା ଇନ୍ଦିରା ଗାନ୍ଧୀ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଭର୍ତ୍ତି ହୋଇଚନ୍ତି।...

ଏହି ରାଜ୍ୟରେ ପ୍ରବେଶ କଲେ ୯୦୦ ଆତଙ୍କବାଦୀ! ସୁରକ୍ଷାକୁ ନେଇ ବଢିଲା ଚିନ୍ତା

ଇମ୍ଫାଲ,୨୧।୯: ମ୍ୟାନମାରରୁ ପ୍ରାୟ ୯୦୦ ଆତଙ୍କବାଦୀ ମଣିପୁରରେ ପ୍ରବେଶ କରିଥିଲେ। ଏହା ଦେଶର ସୁରକ୍ଷା ଭଙ୍ଗ କରିବାକୁ ପ୍ରସ୍ତୁତି ବୋଲଇ କୁହାଯାଉଛି। ଗୁପ୍ତଚର ରିପୋର୍ଟ ଆଧାରରେ...

ଦକ୍ଷିଣରୁ ଗୋରଖନାଥ ମନ୍ଦିର ଆସିଲେ ଭବାନୀ-ଭୋଲୁ

ଲକ୍ଷ୍ନୌ,୨୧।୯: ଆନ୍ଧ୍ରପ୍ରଦେଶର ୟେଲେଶ୍ୱରମରେ ଥିବା ଗୋଶାଳାରୁ ଗୋରଖନାଥ ମନ୍ଦିରକୁ ନାଦିପଥି କ୍ଷୁଦ୍ର ପ୍ରଜାତିର (ଗୋଟିଏ ଗାଈ ଏବଂ ଗୋଟିଏ ବାଛୁରୀ) ଶନିବାର ଅଣାଯାଇଛି। ଏମାନେ ଆସିବା...

ମନ୍ଦିର ଟ୍ରଷ୍ଟ ଦେଲା ବଡ଼ ସୂଚନା, କହିଲା ଲଡୁରେ ପବିତ୍ରତା ରହିଛି

ହାଇଦ୍ରାବାଦ,୨୧ା୯: ତିରୁପତି ବାଲାଜୀଙ୍କ ପ୍ରସାଦ ଲଡୁ  ପୁଣି ଉପଲବ୍ଧ। ଏନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ ମନ୍ଦିର ଟ୍ରଷ୍ଟ କହିଛି ପ୍ରସାଦ ଲଡୁରେ ପବିତ୍ରତା...

‘ସରକାରୀ ନିୟନ୍ତ୍ରଣରୁ ମୁକ୍ତ ହେଉ ହିନ୍ଦୁ ମନ୍ଦିର’

ହାଇଦ୍ରାବାଦ,୨୧ା୯: ତିରୁପତି ମନ୍ଦିରର ପ୍ରସାଦ ଲଡୁରେ ପଶୁ ଚର୍ବି ମିଶ୍ରଣ ପ୍ରସଙ୍ଗ ବୃଦ୍ଧି ପାଇବାରେ ଲାଗିଛି। ଅନେକ ରାଜନୈତିକ ଦଳ ଏହି ପ୍ରସଙ୍ଗରେ କ୍ରୋଧ ପ୍ରକାଶ...

୧୦ମ ଶ୍ରେଣୀ ଛାତ୍ରୀଙ୍କୁ ଗର୍ଭବତୀ କଲେ ଅବସରପ୍ରାପ୍ତ ବିଡିଓଙ୍କ ପୁଅ: ଗର୍ଭପାତ ନ କରିବାରୁ…

ଫତେହପୁର,୨୧।୯: ଉତ୍ତର ପ୍ରଦେଶର ଫତେହପୁର ଜିଲାର ଜଣେ ଗର୍ଭବତୀ ହାଇସ୍କୁଲର ଛାତ୍ରୀଙ୍କ ହତ୍ୟା ମାମଲାର ପର୍ଦ୍ଦାଫାଶ ହୋଇଛି। ପୋଲିସ ଛାତ୍ରୀଙ୍କ ପ୍ରେମିକ ଶିବୁ ରାୟଦାସଙ୍କୁ ଗିରଫ...

ତିରୁପତି ମନ୍ଦିର ଲଡୁକୁ ନେଇ ବଡ଼ ଖୁଲାସା କଲେ ପୂର୍ବତନ ମୁଖ୍ୟ ପୁରୋହିତ

ନୂଆଦିଲ୍ଲୀ,୨୧।୯: ତିରୁପତି ମନ୍ଦିର ଲଡୁ ପ୍ରସଙ୍ଗ ବର୍ତ୍ତମାନ ଏକ ରାଜନୈତିକ ମୋଡ ନେଇଛି। ମନ୍ଦିରର ଲଡୁ ଅର୍ଥାତ୍‌ ପ୍ରସାଦ ତିଆରି କରିବା ପାଇଁ ଘିଅ ବଦଳରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri