କଶ୍ମୀରକୁ ନେଇ ପୁଣି ମିଛ କହିଲା ପାକିସ୍ତାନ

ଲାହୋର,୯।୧୧: ଜମ୍ମୁ-କଶ୍ମୀରରୁ ଗତ ଅଗଷ୍ଟରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବା ପରଠାରୁ ଏପର୍ଯ୍ୟନ୍ତ ପାକିସ୍ତାନ ହଡବଡେଇ ହୋଇ ରହିଛି। କାରଣ ଏହି ପ୍ରସଙ୍ଗକୁ ନେଇ ସେ ବାରମ୍ବାର ମିଛ କହି ଚାଲିଛି। ଏବେ ପୁଣିଥରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କ୍ୟୁରେସି କହିଛନ୍ତି, କଶ୍ମୀରକୁ ନେଇ ଭାରତ ଯାହା କହୁଛି ତାକୁ କୌଣସି ଅନ୍ତରାଷ୍ଟ୍ରୀୟ ସମୁଦାୟ କଣ୍ଣର୍ର୍ପାତ କରୁ ନାହାନ୍ତି। ସୂଚନାଯୋଗ୍ୟ, କରତାରପୁର କରିଡର ଉଦ୍‌ଘାଟନ ପୂର୍ବରୁ କ୍ୟୁରେସି ଏକ ଖବରଦାତା ସମ୍ମିଳନୀରେ ଏହା କହିଛନ୍ତି। ଅଗଷ୍ଟ ୫ ପରଠାରୁ ପାକିସ୍ତାନର ମୁଣ୍ଡ ଏକ ପ୍ରକାର ବିଗିଡି ଯାଇଛି। କାରଣ ଏହା ପରେ ପରେ ସେ ଭାରତଠାରୁ ପ୍ରାୟ ସବୁ ସମ୍ପର୍କ କାଟି ଦେଇଥିବା ବେଳେ ଏହାକୁ ନେଇ ସମୟ ସମୟରେ ଏମିତି କିଛି କଥା କହୁଛି ଯାହା ପରେ ଆଲୋଚନାର ପରିସରକୁ ଚାଲି ଆସୁଛି।

Share