କଶ୍ମୀରକୁ ନେଇ ମଧ୍ୟସ୍ଥତା କରିବନି ଆମେରିକା

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୩।୮: କଶ୍ମୀର ମାମଲାକୁ ନେଇ ଭାରତ-ପାକିସ୍ତାନ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ନାହିଁ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିବା ପ୍ରକାଶ କରିଛନ୍ତି ଭାରତର ଜଣେ ବରିଷ୍ଠ କୁଟନୀତିଜ୍ଞ। ଦ୍ୱିପାକ୍ଷିକ ଭାବେ ଉଭୟ ଦେଶ ଏହାର ସମାଧାନ କରନ୍ତୁ ବୋଲି ଆମେରିକା ଚାହିଁବା କଥା କହିଛନ୍ତି ଆମେରିକାରେ ଥିବା ଭାରତର ରାଷ୍ଟ୍ରଦୂତ ହର୍ଷ ବର୍ଦ୍ଧନ ଶ୍ରୀଙ୍ଗଲା। ତେବେ ଟ୍ରମ୍ପ କହିଛନ୍ତି ତାଙ୍କର ମଧ୍ୟସ୍ଥତାକୁ ନେଇ ସେ ଯେଉଁ ପ୍ରସ୍ତାବ ଦେଇଥିଲେ ଏହାକୁ ଗ୍ରହଣ କରିବାର ଦାୟିତ୍ୱ ହେଉଛି ଉଭୟ ଦେଶର। ଯେହେତୁ ଭାରତ ଆମେରିକାର ମଧ୍ୟସ୍ଥତାକୁ ଗ୍ରହଣ କରି ନାହିଁ ସେଥିପାଇଁ ଉଭୟ ଦେଶ ପରସ୍ପର ମଧ୍ୟରେ ଦ୍ୱିପାକ୍ଷିକ ଭାବେ ସମାଧାନ କରିବାକୁ ଆମେରିକା ମତ ରଖିଛି।

Share