କଶ୍ମୀରଠାରୁ କନ୍ୟା କୁମାରୀ ସବୁଠି ‘ଜନତା କର୍ଫ୍ୟୁ’: ଏପଟେ ସଂକ୍ରମିତଙ୍କ ସଂଖ୍ୟା ୩୪୧

ନୂଆଦିଲ୍ଲୀ,୨୨।୩: କରୋନା ଭାଇରସ ଏବେ ଭାରତରେ ବି ତା’ର ଉପସ୍ଥିତିକୁ ସୁଦୃଢ କରିବାରେ ଲାଗିଛି। ଏହାକୁ ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ କ୍ରମେ ରବିବାର ପାଳନ କରାଯାଉଛି ‘ଜନତା କର୍ଫ୍ୟୁ’। ଫଳରେ କଶ୍ମୀରଠାରୁ ଆରମ୍ଭ କରି କନ୍ୟା କୁମାରୀ ପର୍ଯ୍ୟନ୍ତ ସବୁଠି ଦେଖାଦେଇଛି ‘ଜନତା କର୍ଫ୍ୟୁ’ର ପ୍ରଭାବ। ଲୋକ ନିଜ ନିଜ ଘରେ ବନ୍ଦହୋଇ ରହିଥିବା ବେଳେ ଜରୁରୀ ସେବା ଯୋଗାଉଥିବା ଲୋକେ ସେମାନଙ୍କ କାର୍ଯ୍ୟରେ ବ୍ୟସ୍ତ ରହିଛନ୍ତି। ଘରୁ ବାହରକୁ ନ ବାହାରିଲେ ଏହା କରୋନା ସଂକ୍ରମଣକୁ ଅନେକ ପରିମାଣରେ ରୋକି ପାରିବ ବୋଲି ମୋଦି କହିଥିବା ବେଳେ ଦେଶବାସୀ ଏହାକୁ ପାଳନ କରିଥିବା ଦେଖାଯାଇଛି। ସେପଟେ ଇଣ୍ଡିଆନ୍‌ କାଉନସିଲ ଅଫ୍‌ ମେଡିକାଲ୍‌ ରିସର୍ଚ୍ଚ(ଆଇସିଏମ୍‌ଆର୍‌)କହିଛି ରବିବାର ଦିନ ୧୨ଟା ସୁଦ୍ଧା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଛି ୩୪୧ରେ।

Share