କଶ୍ମୀରରୁ ପ୍ରତିବନ୍ଧକ ଉଠିଲେ, ପରିସ୍ଥିତି ବିଗାଡିବ ପାକିସ୍ତାନ: ଏସ୍‌. ଜୟଶଙ୍କର

ଓ୍ବାଶିଂଟନ୍‌,୩।୧୦: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବା ୫୯ଦିନରେ ପହଞ୍ଚତ୍ଥିଲେ ହେଁ ଏପର୍ଯ୍ୟନ୍ତ ସେଠାରେ ସ୍ଥିତି ସୁଧୁରିନାହିଁ। ଏନେଇ ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌.ଜୟଶଙ୍କର ପ୍ରତିକ୍ରିୟା ଦେଇ କହିଛନ୍ତି ଯଦି କଶ୍ମୀରରେ ପ୍ରତିବନ୍ଧକ ନ ଲାଗିଥାନ୍ତା, ତେବେ ପାକିସ୍ତାନ ସେଠାକାର ପରିସ୍ଥିତିକୁ ବିଗାଡିଥାନ୍ତା। ତେଣୁ ବାଧ୍ୟ ହୋଇ କେନ୍ଦ୍ର ସରକାର ସେଠାରେ କିଛି ପ୍ରତିବନ୍ଧକ ଲଗାଇଛନ୍ତି। ଆମେରିକାର ଓ୍ବାଶିଂଟନରେ ଆୟୋଜିତ ‘ଦ ହେରିଟେଜ୍‌ ଫାଉଣ୍ଡେସନ୍‌’ କାର୍ଯ୍ୟକ୍ରମରେ ଭାଷଣ ଦେବା ଅବସରରେ ସେ ଏହା କହିଛନ୍ତି। ସୂଚନାଯୋଗ୍ୟ, ଗାନ୍ଧୀ ଜୟନ୍ତୀ ଅବସରରେ ବୁଧବାର ସକାଳେ ଶ୍ରୀନଗରରେ କେତେକ ଦୋକାନ ଖୋଲିଥିଲେ ହେଁ ମୁଖ୍ୟ ବଜାର ଓ ଅନ୍ୟ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଛି। ଅଗଷ୍ଟ ୫ରୁ ଉପତ୍ୟକାରେ ସାଧାରଣ ଜୀବନଯାତ୍ରା ଗୁରୁତର ପ୍ରଭାବିତ ହୋଇଛି।

Share